127

ଘର ଭାଙ୍ଗି ଦେଲେ ଘଡ଼ ଘଡି ବର୍ଷାରେ ଘର ଛାଡି ଦାଣ୍ଡରେ ପୁରା ପରିବାର ଘରୁ ତଡି ଦେଲେ ତସିଲଦାର ବାବୁ

 

ଜଗତ୍ସିଂହଜପୁର: ଭାଙ୍ଗିଗଲା ଘର। ରସ୍ତା ଉପରେ ପୁରା ପରିବାର। ତସିଲଦାର ବାବୁ ଆମକୁ ବାସିଦେଲେ ଦାଣ୍ଡରେ। ଦୀର୍ଘ ୨୯ବର୍ଷ ହେଲା ଆମେ ଏଠାରେ ରହୁଥିଲୁ କିନ୍ତୁ ଆଜି ଆମକୁ ତଡିଦେଲେ ତସିଲଦାର। ଆମେ କହୁଛି ଜଗତସିଂହପୁର ତହସିଲ ସଦର ସାଂପୁର ଅଞ୍ଚଳର କଥା । ନୁଆପଡା ଅଞ୍ଚଳରେ ସରକାରୀ ଜାଗାରେ ଜୋରିମାନା ପାଉତି କାଟି ଦୀର୍ଘ ୨୯ ବର୍ଷ ହେବ ରହୁଥିଲେ ଏକହରିଜନ ପରିବାର । କିନ୍ତୁ କୋର୍ଟର ନିର୍ଦେଶରେ ତହସିଲଦାର ଘରଭାଙ୍ଗି ବେଘର କରି ଦାଣ୍ଡରେ ବସାଇ ଦେଲେ । ୧୯୯୯ ମସିହାମହାବାତ୍ୟା ପରେ ବିରିଡ଼ି ବ୍ଲକ ଅଧିନ ବଗୁଲା ଗ୍ରାମର ଅରକ୍ଷିତ ଦାସଙ୍କ ପରିବାର ଅନାଟନ ପୁରା କରିବାକୁ ନୁଆପଡା ଅଞ୍ଚଳରେ ନୁଆପଡା ଅଞ୍ଚଳ ରେ ଏକ ରାସ୍ତା କଡ଼ରେ ଘର କରି ରହୁଥିଲେ । ଏବଂ ଏଥିସହ ଜାଗାର ଜୋରିମାନା ପାଉତି ମଧ୍ୟ କାଟୁଥିଲେ । କିନ୍ତୁ ଗ୍ରାମରେ ଯିଏ ରହିବାକୁ ଦେଇଥିଲେ ସେହି ଲୋକ ଯାଗାରୁ ଉଠେଇ ବାକୁ କୋର୍ଟର ଆଶ୍ରୟ ନେଇଥିଲେ । ଯାହାଫଳରେ କୋର୍ଟର ନିର୍ଦ୍ଦେଶକୁ ମାନି ଜଗତସିଂହପୁର ତହସିଲଦାର ତୁହାକୁ ତୁହା ବର୍ଷା ଘଡଘଡି ହେଇଥିଲେ ବି କଛି ଖାତିର ନକରି ସେମାନ୍ ଙ୍କ ଘରୁ ଭଙ୍ଗିଦେଇଥିଲେ । ତେବେ ଅରଖିତଦାସ ଙ୍କ ସ୍ତ୍ରୀ ,ତିନି ପୁଅ ଓ ତିନି ବୋହୁ ଚାରିଜଣ ଛୋଟ ଛୋଟ କୋମଳ ମତି ପିଲାଙ୍କୁ ବର୍ଷା ପବନର ଖୋଲା ଆକାଶ ତଳେ କେମିତି ଛାଡିଦେଲେ ତସିଲଦାର , ଯାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି । ତେବେ ଅରକ୍ଷିତଙ୍କ ଉପରେ ପ୍ରଶାସନଙ୍କ କେବେ ସୁଭଦୃଷ୍ଠି ପଡୁଛି ତାହା ଦେଖିବାକୁ ରହିଲା।

Spread the love