ଭୁବନେଶ୍ୱର: ପାଣ୍ଡିଆନ ପାଇଁ ଖୁବଶୀଘ୍ର ଗୁଣ୍ଡ ଗୁଣ୍ଡ ହେବ ବିଜେଡି। ଚେତିକି ବି ଚେତା ପାଉନି ବିଜେଡି,ପାଣ୍ଡିଆନ ସିଣ୍ଡ୍ରୋମ ପାଇଁ ବହୁମୂଲ୍ୟ ଦେବ ଦଳ। ବିଜେଡି ପରାଜୟ ସହ ରାଜନୀତିରୁ ସନ୍ନ୍ୟାସ ନେବାର ଗୋଟିଏ ମାସ ପରେ ଦଳରେ ସକ୍ରିୟ ହୋଇଛନ୍ତି ପାଣ୍ଡିଆନ। ଯାହାକୁ ନେଇ ପାଣ୍ଡିଆନ ପ୍ରେମୀ ଉତ୍ସାହିତ ଥିବା ବେଳେ ବରିଷ୍ଠ ଓ ତୃଣମୂଳ କର୍ମୀ ଅସନ୍ତୋଷ ଝାଡିଲେଣି। ବିଜେଡିରେ ବହୁ ବରିଷ୍ଠ ନେତା ଥାଇ ବି ନବୀନଙ୍କ ରାଜନୈତିକ ସଚିବ ରହିଲେ ୬ ମାସ ତଳେ ଦଳରେ ମିଶିଥିବା ସଂତୃପ୍ତ ମିଶ୍ର,ତାକୁ ନେଇ ଦଳରେ ବଡ ଅସନ୍ତୋଷ ଦେଖାଦେଲାଣି। ପାଣ୍ଡିଆନ ସଂତୃପ୍ତ ମିଶ୍ରଙ୍କୁ ନିଜ “କା ” ମାନେ ଦୂତ ରଖୁଥିବା କହିଛନ୍ତି ବିଜେଡି ବରିଷ୍ଠ କର୍ମୀ ମାନସ ବସ୍ତିଆ। ସଂତୃପ୍ତଙ୍କ ସାହାଯ୍ୟରେ ନବୀନଙ୍କ ଉପରେ ପାଣ୍ଡିଆନ ରଖିବେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ। ପାଣ୍ଡିଆନ ବିଜେଡିକୁ କମ୍ପାନୀ ଶାସନରେ ଚଳେଇବାକୁ ଚାହୁଁଛନ୍ତି, ପାଣ୍ଡିଆନଙ୍କ ପାଇଁ ରାଜନୀତିରେ sir ଶବ୍ଦ ଯୋଡ଼ି ହୋଇଛି ବୋଲି କହିଛନ୍ତି ମାନସ। ବିଜେଡି କମିଟି ନବକଳେବରରେ ପାଣ୍ଡିଆନଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କରିଛି ନବୀନ କମିଟି ଗଠନ କରି ୧୯ ମୁଖପାତ୍ର ନିଯୁକ୍ତି କରିବା ପରେ ବି କାହିଁକି କଟକ ମେୟର ସୁବାଷ ସିଂ ଓ ଭୁବନେଶ୍ଵର ମେୟର ସୁଲୋଚନା ଦାସ ସାମ୍ୱାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି। ନବୀନଙ୍କର କଣ ନିଜ ନିଷ୍ପତି ଉପରେ ଭରଷା ପାଉନି ନା ପାଣ୍ଡିଆନ ଯାହା ଚାହିଁବେ ତାହା ହେବ? ବୋଲି ଲୋକେ ପ୍ରଶ୍ନ କଲେଣି। ଯଦି ପାଣ୍ଡିଆନଙ୍କ ନିଷ୍ପତି ଶେଷ ନିଷ୍ପତି ତାହାଲେ କଣ ନାମକୁ ମାତ୍ର କମିଟି ଚୟନ ହୋଇଛି ନା ଲୋକଙ୍କୁ ଭ୍ରମିତ କରିବା ପାଇଁ ପାଣ୍ଡିଆନ ମାୟା ରଚିଛନ୍ତି? ବୋଲି ଦଳୀୟ କର୍ମୀ ପଚାରିଲେଣି। ଅନ୍ୟପଟେ ଦଳର ବରିଷ୍ଠ ନେତାମାନେ ବିଜେଡି ହାରିବା ପାଇଁ ପାଣ୍ଡିଆନ ଦାୟୀ ସିଧାସଳଖ କହୁଥିଲେ ବି ସୁପ୍ରିମୋ ନବୀନ ପଟ୍ଟନାୟକ ନା ତାକୁ କାନକୁ ନେଇଛନ୍ତି ନା ପାଣ୍ଡିଆନ ବୋଲକରା ନେତା କିଛି କହୁଛନ୍ତି? ପାଣ୍ଡିଆନଙ୍କ କ୍ରୀତଦାସ ହୋଇ ରହିବାକୁ ଏବେ ବି କିଛି ନେତା ଖୁସି ହେଉଥିବା ବେଳେ ଆଉ କିଛି ସ୍ଵାଭିମାନୀ ଓ ବରିଷ୍ଠ ନେତା ଦଳ ଛାଡ଼ିବାକୁ ଯୋଜନା କଲେଣି ବୋଲି ଜଣାପଡିଛି। ପଣ୍ଡିଆନ ପ୍ରେମରେ ଏମିତି ବାଉଳା ହେଲେଣି ବୋଳକରା ନେତା ଦଳ ଯେ, ବିଜେଡି ୱେବସାଇଟରେ ନବୀନଙ୍କ ପରେ ତାମିଲ ବାବୁଙ୍କ ମାଳ ମାଳ ଫଟୋ ପୋଷ୍ଟ କରି ପ୍ରଚାର କରିବାକୁ ଲାଗିଲେଣି। ପାଣ୍ଡିଆନ ବୋଲକରାଙ୍କ ମତିଗତି ଦେଖି ଏମିତି ଲାଗୁଛି ଯେମିତି ବିଜେଡିକୁ ଖୁବଶୀଘ୍ର ପୋଷ୍ୟ ଦଳ କରିବେ ପାଣ୍ଡିଆନ। ତେବେ ବିଜେଡି ପାଇଁ ଏହା ଶୁଭ ଲକ୍ଷଣ ନୁହେଁ ବୋଲି କହିଲେଣି ରାଜନୈତିକ ସମୀକ୍ଷକ। ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଚିହ୍ନ ବର୍ଣ୍ଣ ରାଜ୍ୟରୁ ହଜିବ ବୋଲି କୁହନ୍ତି ସମୀକ୍ଷକ। ନବୀନଙ୍କ ଛବିକୁ ମଳିନ କରିବାକୁ ପାଣ୍ଡିଆନ ଓ ତାଙ୍କ ବୋଲକରା ଦଳ ଲାଗିଛନ୍ତି ବୋଲି କୁହାଯାଉଛି। ତେବେ ଦେଖାଯାଉ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମ ମୁକ୍ତ ହେଉଛି ନା ଭାଙ୍ଗି ଭୂଜି ଛିନଛତର ହେଉଛି?
112