106

ଏକଛତ୍ରବାଦ ଶାସନ ରେ ହନ୍ତସନ୍ତ ହେଉଛନ୍ତି ଜନତା

ଜଗତସିଂହପୁର: ବର୍ଷା ଦିନ ହେଲେ ବଢ଼ୁଛି ସମସ୍ୟା । ଟୋପାଏ ବର୍ଷା ହେଲେ ଭାସୁଛି ଗାଁ ଦାଣ୍ଡ। ଏଭଳି କିଛି ଘଟଣା ସାମ୍ନା କୁ ଆସିଛି ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ମୁନଷିପାଲଟିରୁ। ଏଠାରେ ଟୋପାଏ ବର୍ଷା ହେଲେ ଗାଁ ଦାଣ୍ଡରେ ହୁଏ ଆଁଠୁଏ ପାଣି ଏବଂ ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ମଧ୍ୟ ନାହିଁ । ଏହି ପାଣି ଜମି ରହିବା ଫଳେ ମଶା ମାଛିଙ୍କର ଏହା ଘର ପାଲଟିଛି । ଯାହାଫଳରେ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିପାରିନାହିଁ । ୨୫ ବର୍ଷର ବିଜେଡ଼ି ଶାସନରେ କେବଳ ପ୍ରଶାସନ ସୋଇଛି ସୁଖ ନିଦ୍ରାରେ। ଅନ୍ୟପଟେ ଏନ୍ ଏଚ ୫୫ ମୁନିଷିପାଲଟି ଦେଇ ଜାଇଥିବା ବେଳେ ବଜାର ମଝିରେ ଇରିଗେଷନ ବିଭାଗ ପଖ୍ୟରୁ ଏକ ବକ୍ସପୋଲକରି ପ୍ରସାସନ ବାହାବାହା ନେଉଥିବା ବେଳେ ଏପଟେ କିନ୍ତୁ ରୋଡରେ ପାଣି ନିଷ୍କାସନ ପାଇଁ ବାଟ ନାହଁ। ଟିକିଏ ବର୍ଷା ହେଲେ ରାସ୍ତାର ଅବସ୍ଥା ହେଉଛି ପୁରା ବେହାଲ।

କିନ୍ତୁ ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଧୀରେ ଧୀରେ ହୋଉଛି ପରିବର୍ତ୍ତନ । ବିଗତ ବର୍ଷରେ ଯେଉଁଭଳି ଭାବେ ମୁନଷିପାଲଟିର ସାଧାରଣ ଜନତା ଦୁଃଖ ଦୃର୍ଦଶା ଭୋଗି ଛନ୍ତି। ତାହାକୁ ଦୃଷ୍ଟିରେ ଏକ ମେଘା ଜଳପ୍ରକଳ୍ପ ପ୍ରୋଜେକ୍ଟ ତିଆରି କରି ଜଳ ନିଷ୍କାସନ କରି ଲୋକଙ୍କୁ ଦିର୍ଘ ୨୫ ବର୍ଷର ଜନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ସୁଚନା ଦେଇଛନ୍ତି। ଅନ୍ୟପଟରେ ପୌରପରିଷଦ ର ଅଧଖ୍ୟା ଅର୍ଚ୍ଚନା ସିଙ୍ଗ ଓ ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ମଧ୍ୟ ନବନିର୍ବାଚିତ ବିଧାୟକ ଙ୍କ ପ୍ରସ୍ତାବକୁ ସମର୍ଥନ କରିବା ସହିତ ମୁନଷିପାଲଟି ରେ ସୁଧାର ଆଣିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ଦେଖିବାର ବାକି ରହିଲା ଦିର୍ଘ ୨୫ ବର୍ଷର ବିଜେଡି ସାଂସନ କାଳରେ ପାଇଥିବା ଜନ୍ତ୍ରଣାରୁ କେବେ ମୁନଷିପାଲଟିର ଜନତା ମୁକ୍ତି ପାଉଛନ୍ତି ।

Spread the love