ଭୁବନେଶ୍ୱର: ସଫଳ ହେଲାନି ୯ ରୁ ୯୦ ଏବେ କଂଗ୍ରେସରୁ ଶରତ ଯିବେ। ଆଉଟ୍ ହେବେ ଶରତ କଂଗ୍ରେସ ପାଇବ ନୂଆ ସଭାପତି। କଂଗ୍ରେସ ବରଦାସ୍ତ କରିବନି ଗରଦାରି। ଗତ କିଛି ଦିନ ଭିତରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାଁରେ ଏକାଧିକ ବିବାଦ ମୁଣ୍ଡ ଟେକିଥିବା ବେଳେ ସେ ଦଳରୁ ବିଦା ହେବା ନେଇ ବଡ ସଂକେତ ମିଳିଛି। ଦଳୀୟ କର୍ମୀ ଶରତଙ୍କ ଉପରେ ଖପା ଥିବା ଜଣା ପଡିଛି । ନୀତି ନୈତିକତା ଭୁଲି ଛନ୍ତି ଶରତ ପଟ୍ଟନାୟକ ବୋଲି କହିଛନ୍ତି କଂଗ୍ରେସର କଟକ ଜିଲ୍ଲା ପୂର୍ବତନ ସଭାପତି ମାନସ ଚୌଧୁରୀ। ସବୁଠୁ କଳଙ୍କିତ ପିସିସି ସଭାପତି ଶରତ ପଟ୍ଟନାୟକ, ମଦ କୁକୁଡ଼ା ପାଇ ଶରତ ଅନ୍ଧାରୀ ଶାସନ ଚଳାଇଥିଲେ ବୋଲି ବୋଲି ମାନସ କହିଛନ୍ତି। କେବଳ ସେତିକି ନୁହେଁ ଶରତ ନିଜ ଆସନର ଦୁରୁପୋଯୋଗ କରିବା ସହ ବିଜେପି, ବିଜେଡ଼ି ସାଙ୍ଗେ ହାତ ମିଶାଇ ଦଳକୁ ହରାଇଥିବା ଏକାଧିକ ଅଭିଯୋଗ ଆସିଲାଣି। ନିର୍ବାଚନ ଫଳାଫଳ ବାହାରିବା ପରେ ଦୀର୍ଘଦିନ କଂଗ୍ରେସ ଭବନ ଶରତଙ୍କ ନିର୍ଦ୍ଦେଶରେ ତାଲା ପଡ଼ିଥିବା ବେଳେ ଶରତଙ୍କ ଉପରେ ରାଗିକି ପଞ୍ଚମ ହେଲେଣି ଦଳୀୟ ନେତା ଓ କର୍ମୀ। ଅନ୍ୟପଟେ ବିନା ଦୋଷରେ ଦଳରୁ ଅନେକ ଲୋକଙ୍କୁ ନିଲମ୍ବନ ଆରୋପ ମଧ୍ୟ ଲାଗିଛି ଶରତଙ୍କ ଉପରେ। ସେହିପରି ନ୍ୟାୟ ପାଇଁ କଂଗ୍ରେସ ଭବନ ଆଗରେ ୧୫ ଦିନ ହେବ ଧାରଣାରେ ବସିଥିବା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀୟା ସ୍ମିତା ପଣ୍ଡାଙ୍କ କଥା ବିଚାର ହୋଇ ନାହିଁ। ଶରତ ପଟ୍ଟନାୟକ ଭୁଲ ସେଥି ପାଇଁ ସେ ଶ୍ରୀୟା ସ୍ମିତାଙ୍କୁ ସାମ୍ନା କରି ପରୁନାହାନ୍ତି ଓ କଂଗ୍ରେସ ଭାବନକୁ ଆସିବାକୁ ଡରୁଛନ୍ତି ବୋଲି କହିଛନ୍ତି ମାନସ ଚୌଧୁରୀ। ଏମିତି କଳଙ୍କିତ ପିସିସି ସଭାପତି ଆଜି ପର୍ଯ୍ୟନ୍ତ ଦେଖି ନାହୁଁ ବୋଲି ସେ କହିଛନ୍ତି। ଅନ୍ୟପଟେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ଶ୍ରୀୟା ସ୍ମିତା। ଅନ୍ୟପଟେ ଶରତ ପଟ୍ଟନାୟକ ଓ ଅଜୟ କୁମାର ନିର୍ବାଚନ ଖର୍ଚ୍ଚ ପାଇଁ ଆସିଥିବା ଟଙ୍କାକୁ ନିଜେ ଚାପି ଦେଇ ଦଳକୁ ବରବାଦ କରିଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀ। ଏଆଇସିସି ପକ୍ଷରୁ ରାଜ୍ୟରେ ନିର୍ବାଚନ ପାଇଁ ୫୪ କୋଟି ଟଙ୍କା ଦିଆଯାଇଥିଲେ ମଧ୍ୟ ଅଜୟ – ଶରତ କାହାକୁ ଗୋଟିଏ ବି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଦଳ ଫଣ୍ଡିଂ କରିଥିଲା। ସେହିପରି ୨୧ ଲୋକସଭା ଆସନ ମଧ୍ୟରୁ ପ୍ରାର୍ଥୀ ଦେଇଥିବା ୨୦ ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ପଣ୍ଡିଂ କରିବାକୁ ସୁପାରୀଶ କରିଥିଲେ ରାଜ୍ୟ ନେତୃତ୍ବ। ତେବେ ଏସଆଇସିସି ଦେଇଥିବା ଟଙ୍କା ବହୁ ପ୍ରାର୍ଥୀଙ୍କ ପାଖରେ ପହଁଚି ନଥିବା ଅଭିଯୋଗ ହୋଇଛି। ଆସନ୍ତା ୧୬ ତାରିଖରେ ଏଆଇସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଜ୍ୟ ଗସ୍ତ କରିବା ସମୟରେ ଏହି ସମସ୍ତ ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି। ଏହାସହ ଏଥର ଶରତ କେବଳ ପିସିସି ନୁହେଁ ଦଳରୁ ବିଦା ହେବେ ବୋଲି କୁହାଯାଉଛି। ତେବେ ଦେଖାଯାଉ ଶରତ ବିଦା ହେଉଛନ୍ତି ନା ନାହିଁ?
117