95

ଥାନାରେ ଥାନା ବାବୁଙ୍କ ଉପରେ ବର୍ଷିଲେ ବିଧାୟକ

ଜଗତସିଂହପୁର: ଗୁରୁବାର ରାତିରେ ଜଗତସିଂହପୁର ସଦର ଥାନାରେ ବିଧାୟକ ଅମରେନ୍ଦ୍ର ଦାସ ପହଁଚି ଥାନାରେ ଚାଲିଥିବା ଅବ୍ୟବସ୍ଥା ଉପରେ ଥାନା କର୍ମଚାରୀ ମାନଙ୍କ ଉପରେ ଗର୍ଜୀ ଥିଲେ। ବିଭିନ୍ନ ଅଭିଯୋଗ ନେଇ ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଥାନାର ଅଧିକାରୀ ମାନେ ଦୁର୍ବ୍ୟବହାର କରିବା ସହିତ ଭୟବିତ କରୁଥିବା ନେଇ ବିଧାୟକଙ୍କ ନିକଟରେ ସାଧାରଣ ଜନତା ଅଭିଯୋଗ କରିଥିଲେ । ଅଭିଯୋଗର ସତ୍ୟାସତ୍ୟ ପାଇଁ ଥାନାରେ ପହଁଚି ଥିଲେ ବିଧାୟକ। ଜଗତସିଂହପୁର ଥାନାରେ ଅବ୍ୟବ୍ୟସ୍ଥା କୁ ନେଇ ପୋଲିସ ବାବୁଙ୍କ ଉପରେ ବର୍ଷିଲେ ବିଧାୟକ ଅମରେନ୍ଦ୍ର ଦାସ। ଅଭିଯୋଗ କରିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଅସହଯୋଗ କରିବା ସହିତ ମୌଳିକ ସୁବିଧା ମଧ୍ୟ ଯୋଗାଉ ନାହାନ୍ତି ପୋଲିସ। ଗୁରୁବାର ବିଳମ୍ବିତ ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଏକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ମାତ୍ର ଅଭିଯୋଗ ଲେଖିବା ପାଇଁ ଥାନାରେ କାଗଜ ନଥିବା କହି ଜଣେ ପୋଲିସ ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ସେହି ସମୟରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ତାଙ୍କ ବ୍ୟକ୍ତିଗତ କାମରେ ଥାନାକୁ ଯାଇଥିବା ବେଳେ ଏହି ଘଟଣା କୁ ଜାଣିଥିଲେ। ପରେ ବିଧାୟକ ପୋଲିସଙ୍କୁ ତାଗିଦ କରିବା ସହିତ ଅଭିଯୋଗ ଲେଖିବାକୁ କିଛି ପ୍ୟାକେଟ କାଗଜ ଓ କଲମ ଦେଇଥିବା ଦେଖାଯାଇଛି। ଅନ୍ୟପଟେ ବିଧାୟକ କହିଛନ୍ତି କେବଳ ଗୋଟିଏ ନୁହେଁ ବରଂ ସବୁ ଥାନାରେ ଲୋକଙ୍କୁ ସହଯୋଗ କରିବା ଆବଶ୍ୟକ। ଏଠି ପ୍ରଶ୍ନ ଉଠେ ପୋଲିସ ବିଭାଗ କାହାପାଇଁ କରାଯାଇଛି । ସାଧାରଣ ଲୋକଙ୍କୁ ନ୍ୟାୟ ଦେବାପାଇଁ ନା ଅଭିଯୋଗ କାରୀ ଙ୍କୁ ଭୟବିତ ଓ ଦୃବ୍ୟଵହାର କରି ଥାନାରୁ ବିଦା କରିବା ପାଇଁ । ଜାହାର ଉତ୍ତର ମାଗୁଛନ୍ତି ସାଧାରଣ ଜନତା |

Spread the love