ଭୁବନେଶ୍ୱର: ବାର୍ବାଡୋସରୁ ଫେରିଲେ, ମୋଦିଙ୍କୁ ଭେଟିଲେ ବିଶ୍ଵ ବିଜେତା ଦଳ। ସାମୁଦ୍ରିକ ଝଡରୁ ମୁକୁଳି ଭାରତ ପହଞ୍ଚିଛି ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲେ ଭାରତୀୟ ଟିମ। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀରେ ପହଞ୍ଚିଥିଲାଭାରତୀୟ ଟିମ। ବାର୍ବାଡସରୁ ଭାରତୀୟ ଦଳଙ୍କୁ ସୁରକ୍ଷିତ ଆଣିବା ପାଇଁ ମୋଦୀ ପଠାଇଥିଲେ ସ୍ଵତନ୍ତ୍ର ବିମାନ।ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଖେଳାଳିମାନେ ମଧ୍ୟ ଭାରତ ଫେରିବା ପରେ ରାସ୍ତା ଉପରେ ନାଚିଛନ୍ତି। ଭାରତରେ ପହଞ୍ଚିବା ପରେ ହାତରେ ଟ୍ରଫି ମୁହଁରେ ଆତ୍ମବିଶ୍ବାସର ହସ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି ଦଳ। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିମାନଙ୍କୁ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପଚାରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ମୋଦି ଭାରତୀୟ ଟିମ୍ ସହ ପ୍ରାୟ ୯୦ ମିନିଟ୍ ଆଲୋଚନା କରିଥିଲେ। ଭାରତର ଏହି ବିଜୟ ପାଇଁ ମୋଦି ବେଶ ଖୁସି ଥିବା ଭାଇରଲ ଫଟୋ ଭିଡିଓରୁ ଦେଖିବାକୁ ମିଳିଛି। ମୋଦି ସର୍ବଦା ଦେଶର କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିଥାନ୍ତି। ୨୦୨୩ ରେ ଭାରତୀୟ ଦଳ ଦିନିକିଆ ବିଶ୍ଵକପ ହାରିଯିବା ମୋଦି ସେମାନଙ୍କ ଆତ୍ମବିଶ୍ବାସ ବଢେଇ ଥିଲେ। ଭରତୀୟ ଦଳଙ୍କୁ ସାନ୍ତ୍ଵନା ଦେଇ ଆଗମୀ ବିଶ୍ୱକପ୍ ଜିତିବା ପାଇଁ ବଧେଇ ଦେଇଥିଲେ ବୋଲି କୁହାଯାଉଛି। ତେବେ ୧୭ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ।
77