116

ପ୍ରେମ ପାଇଁ ଫାଟିଲା ଯୁବତୀଙ୍କ ପିଠି

ଭୁବନେଶ୍ୱର: ପ୍ରେମ କରିବାରୁ ମିଳିଲା ତାଲିବାନି ସଜା। ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କୁ ନର୍କ ଯନ୍ତ୍ରଣା ଦେଲେ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକ। ପଶ୍ଚିମ ବଙ୍ଗରୁ ଆସିଛି ହୃଦୟ ବିଦାରକ ଖବର। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟିକୁ ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ହେଲେ ବ୍ୟଥିତ। ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଅମାନୁଷିକ ଭାବରେ ଲୁହା ଛଡରେ ପିଟୁଥିଲେ ଜଣେ ଯୁବକ। ପାଖରେ ଜଣେ ଯୁବକ ମଧ୍ୟ ପଡୁଥିଲେ। ଯୁବକଟି ଯୁବତିଙ୍କ ପ୍ରେମିକ ବୋଲି ଜଣା ପଡିଛି। ତେବେ ତାଙ୍କୁବି ଦରମାର କରି ପକାଇଛନ୍ତି ଏହି ବାହୁବଳୀ ଯୁବ ଜଣକ। କୁହାଯାଉଛି ପ୍ରେମ କରୁଥିବା ଜଣା ପଡ଼ିବା ପରେ ଯୁବକ ଯୁବତୀଙ୍କୁ ଏଭଳି ଶାସ୍ତି ମିଳିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏତେ ସଂଖ୍ୟକ ଲୋକ ସେଠାରେ ଛିଡ଼ା ହୋଇ ରହିଥିଲେ ମଧ୍ୟ କେହି ଉଁ କି ଞ୍ଚୁ କରୁ ନଥିଲେ। ଦୋଷ ଯାହାବି ହେଉ ଏଭଳି ଆଇନକୁ ହାତକୁ ନେଇ ମହିଳାଙ୍କୁ ମାଡ଼ ମାରିବା କେବଳ ଆଇନ ବିରୋଧ ନୁହଁ ଆମ ଭାରତୀୟ ସଂସ୍କୃତି ବିରୋଧୀ ବୋଲି ସାମାଜିକ କର୍ମୀମାନେ କହିଛନ୍ତି। ତେବେ ମାଡ଼ ଦେଉଥିବା ଯୁବକ ଜଣଙ୍କ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଧାୟକ ଅମିଦୁଲା ରେହେମାନଙ୍କ ଖାସ ଲୋକ ବୋଲି କୁହାଯାଉଛି। ଏହି ଭିଡିଓ ଭଇରାଲ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାକୁ ନେଇ ଦିଦିଙ୍କୁ ଘେରିଛି ବିଜେପି। ପଶ୍ଚିମବଙ୍ଗ ସରକାର ଶାସନ ଚଳାଇଛନ୍ତି ବୋଲି କହିଛି ବିଜେପି। ଟିଏମସି ସରକାରଙ୍କ ନାରୀଙ୍କୁ ଏଭଳି ସମ୍ମାନ ବୋଲି ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ ଦିଦିଙ୍କ ନୀରବତା ନେଇ ବିରୋଧୀ ଘେରିଛନ୍ତି। ପଶ୍ଚିମ ବଙ୍ଗରୁ ଆସିଥିବା ଏହି ହୃଦୟ ବିଦାରକ ଖବରକୁ ନେଇ ଦିଦିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦରେ ନିଜ ବକ୍ତବ୍ୟରେ ମୋଦି କହିଛନ୍ତି, ପଶ୍ଚିମବଙ୍ଗରୁ ଆସିଥିବା ଏହି ଦୃଶ୍ୟ ଦେଶ ପାଇଁ ଦୁର୍ଭାଗ୍ୟ ଜନକ, ସମ୍ବେଦନଶୀଳ ବିଷୟ। କିଛି ଲୋକ ସିଲେକ୍ଟିଭି ରାଜନୀତି କରୁଛନ୍ତି, ଏତେ ବଡ ଘଟଣା ପରେ ବି ନାରୀ ନେତ୍ରୀ ମୁହଁରେ ତାଲା ଦେଇ ବସିଛନ୍ତି। ନିଜ ରାଜ୍ୟ ସହ ଓ ଖାସ ଲୋକଙ୍କ ସହ ଘଟଣା ଯୋଡ଼ି ହୋଇଥିବାରୁ ଏଭଳି ନୀରବତା ଅବଲମ୍ବନ କରିବା ଲଜ୍ୟର ବିଷୟ। ଅନ୍ୟ ମାନଙ୍କ ପାଇଁ ଏମାନଙ୍କ ମୁହଁ ବହୁତ୍ ଚାଲେ ହେଲେ ନିଜ ଉପରେ ଆସିଲେ ସାପ ଶୁଙ୍ଘି ଦିଏ। ଏଭଳି ଘଟଣା ଓ ନେତାଙ୍କ ପାଇଁ ଦେଶ ସହ ଆମ ଭଉଣୀ ପୀଡା ପାଉଛନ୍ତି ବୋଲି ମୋଦି କହିଛନ୍ତି। ତେବେ ଦେଖାଯାଉ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ |

Spread the love