36

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ଼ ଅଦଳବଦଳ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ ହୋଇଛି। ପୋଲିସ ମୁଖ୍ୟାଳୟରୁ ସେପ୍ଟେମ୍ବର ୧୧ ତାରିଖରେ ଜାରି ହୋଇଥିବା ଆଦେଶ ଅନୁଯାୟୀ ଜିଲ୍ଲାର ବିଭିନ୍ନ ଥାନାରେ ୨୧ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ବଦଳି ଓ ନୂତନ ପୋଷ୍ଟିଂ କରାଯାଇଛି।

ଏହି କ୍ରମରେ ବାଲୁଗାଁ ଥାନାରେ ନୂତନ ଭାବେ ଏଏସ୍ଆଇ ଜଗନ୍ନାଥ ସେଠୀ ଏବଂ ଏସ୍ଆଇ ଭଗବାନ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ସୂଚନା ଅନୁଯାୟୀ, ଭଗବାନ ନାୟକ ପୂର୍ବରୁ ଜଙ୍କିଆ ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ।

ଖାଲି ପଦବୀ ପୂରଣ, ପ୍ରଶାସନିକ ଆବଶ୍ୟକତା ଏବଂ ଉନ୍ନତ ଜନସେବାକୁ ଦୃଷ୍ଟିରେ ରଖି ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଏହି ବଦଳି ଓ ପୋଷ୍ଟିଂ କରାଯାଇଥିବା ଜଣାପଡ଼ିଛି।

ଏହା ଅନୁଯାୟୀ ବିଭିନ୍ନ ଥାନାରେ ନୂତନ ୯ ଜଣ ଏସ୍ଆଇଙ୍କୁ ପୋଷ୍ଟିଂ ଦିଆଯାଇଥିବା ବେଳେ, ଅନ୍ୟ ଏକ ଆଦେଶ ମାଧ୍ୟମରେ ୧୨ ଜଣ ଏସ୍ଆଇ/ଏଏସ୍ଆଇଙ୍କ ବଦଳି ଓ ପୋଷ୍ଟିଂ କରାଯାଇଛି।

ଖୋର୍ଦ୍ଧା ମଡେଲ ଥାନା, ଖୋର୍ଦ୍ଧା ସଦର, ବେଗୁନିଆ, ବୋଲଗଡ଼, ଜଙ୍କିଆ, ଟାଙ୍ଗୀ, ବାଲୁଗାଁ, ବାଣପୁର, ନାଚୁଣୀ ଓ ନିରାକାରପୁର ଥାନା ସମେତ ବିଭିନ୍ନ ଥାନାରେ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ମିଳିଛି। ନୂତନ ଅଧିକାରୀମାନଙ୍କ ଯୋଗଦାନ ପରେ ସମ୍ପୃକ୍ତ ଥାନାଗୁଡ଼ିକରେ ଆଇନଶୃଙ୍ଖଳା ଓ ଜନସେବା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

ସେପ୍ଟେମ୍ବର ୧୧ରେ ଜାରି ହୋଇଥିବା ଏହି ଆଦେଶ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ହୋଇଥିବା ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

 

 

Spread the love