14

ଅରାଜକତା ହଟାଇବା, ଦେଶ ବଞ୍ଚାଇବା ନାରାରେ କଟକରେ ବିଶାଳ ପଦଯାତ୍ରା!

କଟକ: ‘ଅରାଜକତା ହଟାଇବା, ଦେଶ ବଞ୍ଚାଇବା’ ସ୍ଲୋଗାନରେ କଟକ ସହରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଥିଲା। ବିଜେପିର ଓଡ଼ିଶା ପ୍ରଦେଶ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ କଟକରେ ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ପଦଯାତ୍ରା ସଫଳତାର ସହ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଲଲାତେଣ୍ଡୁ ବଡୁ, କଟକ ବାରବାଟୀ ବିଧାନସଭା ଆସନର ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ନେତ୍ରୀ ରଶ୍ମିରେଖା ଦାସ ଏବଂ ମାଆ ସୋଲପୂଆଙ୍କ କଟକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରିୟଦର୍ଶନୀଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା। ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀ ଯୋଗଦେଇଥିଲେ। ଏଥିସହ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ସମେତ ବହୁ ବରିଷ୍ଠ ନେତା ଓ ହଜାର ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇ ପଦଯାତ୍ରାକୁ ସଫଳ କରିଥିଲେ।

ଏହି ଅବସରରେ ଅମରେଶ୍ୱର ମଣ୍ଡଳର ସଭାପତି ଉପେନ୍ଦ୍ର ମହାରଣା ଓ ସାଧାରଣ ସମ୍ପାଦକ ଅଂଶୁମାନ ମିଶ୍ରଙ୍କ ନେତୃତ୍ୱରେ ରାଣୀହାଟ ଛକଠାରେ ଏକ ବିଶେଷ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସେଠାରେ ୫୦୦ରୁ ଊର୍ଦ୍ଧ୍ୱ ଯୁବପିଢ଼ି ଓ ମହିଳା କାର୍ଯ୍ୟକର୍ତ୍ତା ତଥା ସଦସ୍ୟା ଏକତ୍ରିତ ହୋଇ ଡକ୍ଟର ସୁଧାଂଶୁ ତ୍ରିବେଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଆୟୋଜନରେ ସମ୍ବିତ ସାମଲ, କୃଷ୍ଣଚନ୍ଦ୍ର ମହାରଣା, ଲକ୍ଷ୍ମୀଧର ମହାରଣା, ମହିଳା ମୋର୍ଚ୍ଚା ସଭାପତି ଆର୍ୟାକନ୍ୟା ମହାରଣା, ୨୨ ନମ୍ବର ୱାର୍ଡ ଅନ୍ତର୍ଗତ ମଣ୍ଡଳ ଉପସଭାପତି ସୁପ୍ରିୟା ପଣ୍ଡା, ସୁମିତ୍ରା ନନ୍ଦ, ଶଙ୍କର ରାଓ, ଭିକି ରାଓ, ଲକ୍ଷ୍ମଣ ରାଓ, ଇ. ଶ୍ୟାମ, ବି. ରାଜୁ, ଗଣେଶ, ଶୁଭମ୍ ବେହେରା, ଅଭିଜିତ୍ ସାହୁ, ଜଗଦୀଶ, ଅଜୟ ସେନାପତି, ଅଭିନାଶ ନାୟକ, ହସ୍ତିନା ନନ୍ଦ, ବି. ମୋହନ, ନିରଞ୍ଜନ ନାୟକ, ନିଖିଲ ପ୍ରସାଦ, ରଞ୍ଜିତ୍ ମହାପାତ୍ର, ସଙ୍କରି, ସଞ୍ଜୁ, କରନ, ମୋହନ ରାଓ, ଶିନୁ ରାଓ, ବାପି ରାଓ, ବିଜୟ ମହାନ୍ତି, ସୁରେଶ ଓ ଅମର ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ।

ଯୁବ ଓ ମହିଳା କାର୍ଯ୍ୟକର୍ତ୍ତାଙ୍କ ବ୍ୟାପକ ଉପସ୍ଥିତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ଯୋଗଦାନ ଏହି ପଦଯାତ୍ରାକୁ ଏକ ଉଲ୍ଲେଖନୀୟ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିଲା।

Spread the love