189

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଶ୍ରୀମନ୍ଦିରରେ ଛିଣ୍ଡିଲା ପତିତପାବନ ବାନା, ସୃଷ୍ଟି ହେଲା ଶୂନ୍ୟ ଗଣ୍ଠି!

ପୁରୀ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏହାର ପ୍ରଭାବ ଶ୍ରୀମନ୍ଦିର ଉପରେ ମଧ୍ୟ ପଡ଼ିଛି। ପ୍ରବଳ ପବନ ଯୋଗୁଁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଗିଥିବା ପତିତପାବନ ବାନାର ଏକ ଅଂଶ ଛିଣ୍ଡିଯାଇ ଶୂନ୍ୟ ଗଣ୍ଠି ସୃଷ୍ଟି ହୋଇଛି। ଏଥିସହ ମାନସିକ ପୂରଣ ପାଇଁ ଭକ୍ତମାନେ ନୀଳଚକ୍ରରେ ବାନ୍ଧିଥିବା ଶହ ଶହ ଛୋଟ ବାନା ମଧ୍ୟ ପବନରେ ଛିଣ୍ଡି ଦଧିନଉତି ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।

ବୁଧବାର ସକାଳୁ ପୁରୀରେ ଲଗାତାର ବର୍ଷା ସହ ପ୍ରବଳ ପବନ ବହୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଶ୍ରୀମନ୍ଦିରର ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ସୃଷ୍ଟି ହେବାକୁ ଭକ୍ତମାନେ ଶୁଭ ସଙ୍କେତ ଭାବେ ବିବେଚନା କରୁଛନ୍ତି। ଏହା ଆସନ୍ନ ବିପଦ ଟଳିବାର ଦିବ୍ୟ ସଙ୍କେତ ବୋଲି ପାରମ୍ପରିକ ବିଶ୍ୱାସ ରହିଛି। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ରକ୍ଷା କରିବେ ଏବଂ ବାତ୍ୟାର ପ୍ରଭାବ ହ୍ରାସ ପାଇବ ବୋଲି ଭକ୍ତମାନେ ଆଶା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ପାଗ ଅନୁକୂଳ ହେବା ପରେ ଛିଣ୍ଡିଯାଇଥିବା ପତିତପାବନ ବାନାକୁ ପରିବର୍ତ୍ତନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ପାଗ ସୁଧୁରିବା ପରେ ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଯାଇ ନୂଆ ବାନା ଲଗାଇବେ।

Spread the love