ଜଗତସିଂହପୁର: ଜଗତସିଂହପୁର ଖଣି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ଅତିଷ୍ଠ ସାଧାରଣ ଜନତା | ଘର ଖଣ୍ଡେ କରିବା ପାଇଁ ପାଉନାହାନ୍ତି ବାଲି । ଚୋରା ବାଲି ମାଫିଆଙ୍କ ସହ ଖଣି ଅଧିକାରୀ ମିଶି ହେଉଛନ୍ତି ମାଲାମାଲ। ସ୍ଥାନୀୟ ଲୋକ ଅଲଗା ଜିଲ୍ଲାର ବାଲିଘାଟରୁ ଉଚ୍ଚା ଦରରରେ ବାଲି କିଣିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଜିଲ୍ଲାରେ ୨୭ ଟି ବାଲିଘାଟ ରୁ ଚାଲିଛି ମାତ୍ର ୧୧ ଟି ବାଲିଘାଟ। ଅନ୍ୟ ୧୬ ଟି ଘାଟକୁ ବିଭିନ୍ନ କାରଣ ଦର୍ଶାଇ ବନ୍ଦ କରାଯାଇଛି। ଯାହାକି ଜଗତସିଂହପୁର ସଦର ଅଞ୍ଚଳର ଏକ ମାତ୍ର ବାଲିଘାଟ ହେଉଛି ଆଳିପିଙ୍ଗଳ ବାଲିଘାଟ । ଏହି ଘାଟ ଟି ୨୦୨୧ ମସିହାରେ ୬ କୋଟି ୫୭ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ନିଲାମ ଧାରି ତ୍ରିଶୁଳିଆ ଅଞ୍ଚଳର ସୁବାସ ରାଉତ ନିଲାମ ନେଇଥିଲେ । ସରକାରୀ ନିୟମ ଅନୁଯାୟୀ ସିକୁରୁଟି ଅର୍ଥ ମଧ୍ୟ ଦାଖଲ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଖଣି ବିଭାଗ ନିଲାମଧାରୀଙ୍କୁ ବାଲି ଉଠାଇବା ପାଇଁ ଅନୁମତି ଦେଉନାହାନ୍ତି । ତିନି ବର୍ଷ ହେବ ସିକୁରୁଟି ମନି ଦେଇ ହତାଶ ହୋଇ ବସିଛନ୍ତି ବାଲିଘାଟ ନେଇଥିବା ନିଲାମଧାରି ।ସରକାରୀ ଘାଟ ନିଲାମ ହେବାପରେ ନିଲାମ ଧାରୀଙ୍କୁ ବାଲି ଉଠାଇବା ପାଇଁ ଅନୁମତି ଦେଉ ନାହାନ୍ତି ଖଣି ଅଧିକାରୀ । ଗତ ତିନି ବର୍ଷ ହେବ ଘାଟରୁ ବାଲି ଉଠୁ ନଥିବାରୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ତେବେ ଏହି ଘାଟ ରୁ କମ ଦାମରେ ବାଲି ନେଇ ସ୍ଥାନୀୟ ଅଞ୍ଚଳ ବାସି ଘର କାର୍ଯ୍ୟ କରିଥାନ୍ତି । ବାହାର ଘାଟରୁ ଗୋଟିଏ ହାଇୱା ବାଲି କୁ ୧୨ ରୁ ୧୫ ହଜାର ଟଙ୍କା ଦେଇ କିଣିବାକୁ ପଡୁଛି । ତେବେ ଅନ୍ୟ ବାଲିଘାଟ ମାଲିକଙ୍କ ଠାରୁ ଖଣି ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ଆଳିପିଙ୍ଗଳ ବାଲିଘାଟ କୁ ନିଲାମ ପରେ କାଗଜ ପତ୍ର ଆଳ ଦେଖାଇ ବନ୍ଦ ରଖିଛନ୍ତି | ଚୋରା ବାଲି ମାଫିଆ ଓ ଖଣି ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର । ଖଣି ଅଧିକାରୀ କାହା ଚାପରେ ନିଲାମ ଧାରୀଙ୍କୁ ବାଲି ଉଠାଇବାକୁ ଅନୁମତି ଦେଉନାହାନ୍ତି ତାହା ଏବେ ସାଧାରଣ ରେ ଏକ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଆଳିପିଙ୍ଗଳ ବାଲିଘାଟ ନିକଟରେ କଟକ ଜିଲ୍ଲାର ବସ୍ଛ ସାଇଲୋ ଘାଟ ରୁ ନିୟମିତ ବାଲି ଉଠୁଥିବା ବେଳେ ଏହି ଘାଟ କୁ କଣ ପାଇଁ ବନ୍ଦ କରାଯାଇଛି ଓ ତିନି ବର୍ଷ ହେବ ଖଣି ବିଭାଗ ପକ୍ଷରୁ କାଗଜ ପତ୍ର କାହିଁକି ଠିକ ହୋଇ ପାରୁନି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଖୁବ୍ ଶୀଘ୍ର ନଦୀରୁ ପାଣି ଛାଡ଼ିବା ପରେ ତଦନ୍ତ କରାଯାଇ ଘାଟରୁ ବାଲି ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଅଲିପିଙ୍ଗଳ ଘାଟ ଖୋଲିବା ପାଇଁ ଖଣି ବିଭାଗକୁ ନିର୍ଦେଶ ଦେଉଛନ୍ତି |
103