ଭୁବନେଶ୍ବର: ବର୍ତ୍ତମାନ ଦେଶରେ ଜନସଂଖ୍ୟା ବୃଦ୍ଧି, ଯାନବାହନ ବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୨୦୨୭ ସୁଦ୍ଧା ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି ଏନର୍ଜି ଟ୍ରାଞ୍ଜିସନ୍ ଆଡଭାଇଜରୀ କମିଟି । ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା । ଯେଉଁଠାରେ ପ୍ରଦୂଷଣ ସ୍ତର ଅଧିକ ଏବଂ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ କେବଳ ସେହି ସହରଗୁଡିକରେ ସରକାରଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ । ଏହା ସହିତ ୧୦ ବର୍ଷରୁ ଅଧିକ ଡିଜେଲ ଯାନଗୁଡିକ ମଧ୍ୟ ଏହି ନିଷେଧାଦେଶ ଅଧୀନରେ ଅଣାଯାଉଛି ବୋଲି ବିଚାର କରାଯାଉଛି । ତେବେ ପେଟ୍ରୋଲରେ ଚାଲୁଥିବା କେତେକ ଯାନ ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ ହୋଇପାରେ ବୋଲି ବିଚାର କରାଯାଉଛି ।
ଭାରତରେ ଡିଜେଲ ବ୍ୟବହାର ମୋଟ ଇନ୍ଧନର ଦୁଇ-ପଞ୍ଚମାଂଶ ଅଟେ । ଯେଉଁଥିରୁ ୮୦ ପ୍ରତିଶତ ବ୍ୟବହାର କରାଯାଏ । ୨୦୧୩ରେ ଡିଜେଲ କାର ବିକ୍ରି ଦେଶରେ ମୋଟ ଯାତ୍ରୀବାହୀ ଯାନ ବିକ୍ରିର ୪୮ ପ୍ରତିଶତ ଥିଲା । କିନ୍ତୁ ୨୦୨୧-୨ ସୁଦ୍ଧା ଏହା ୨୦ ପ୍ରତିଶତରୁ କମ୍ ହୋଇଯାଇଛି । ଯଦି ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ ଏହା ଅଟୋମୋବାଇଲ ଶିଳ୍ପ ଉପରେ ବଡ଼ ପ୍ରଭାବ ପକାଇବ । ଅନେକ କାର ନିର୍ମାତା BS VI ମାନକ ଅନୁଯାୟୀ ଡିଜେଲ ଇଞ୍ଜିନରେ ବିନିଯୋଗ କରିଛନ୍ତି, ଯାହା ଏହି ନିଷେଧ ପରେ ଅଦରକାରୀ ହୋଇପାରେ । ଡିଜେଲ ଯାନଗୁଡିକ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ନିର୍ଗତ କରନ୍ତି, ଯାହା ବାୟୁ ପ୍ରଦୂଷଣକୁ ବଢ଼ାଇଥାଏ । ଏହା ମାଟି ଏବଂ ଜଳର ଗୁଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନୀତି ପ୍ରସ୍ତୁତ କରୁଛନ୍ତି ଏବଂ ଏଥିପାଇଁ ଭିତ୍ତିଭୂମି ମଧ୍ୟ ବିକାଶ କରୁଛନ୍ତି । ଇଲେକ୍ଟ୍ରିକ୍ ଯାନଗୁଡିକ ଦେଶର ତୈଳ ଆମଦାନୀ ହ୍ରାସ କରିବ ଏବଂ ବାୟୁ ପ୍ରଦୂଷଣରେ ଉନ୍ନତି ଆଣିବ ।