ରାଉରକେଲା: ରାଉରକେଲା ଝିରପାଣି ପୋଲ ଠୁ କିଛି ଆଗରେ ରହିଛି ମିଟକୁନ୍ଦରୀ କୁ ଯିବାପାଇଁ ପୋଲ. ଏହି ପୋଲ ତିଆରି ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହୋଇପାରିନାହିଁ ଏହାର ଅନ୍ତ, ଯାହାକୁ ନେଇ ୩୦ ରୁ ଅଧିକ ଗାଁ ର ଜନସାଧାରଣ ଙ୍କୁ ସାମ୍ନା କରିବାକୁ ପଡୁଛି ଅସୁବିଧା. ସରକାର ଙ୍କ ନିୟମ ହିସାବରେ ଯେଉଁଠି ସିଭିଲ କାମ ହେବ ପ୍ରଥମେ ଜାଗା ସମ୍ପୂର୍ଣ ନିର୍ଧାରିତ କରିବାକୁ ହେବ. କିନ୍ତୁ ପୋଲ ପାଇଁ ସିନା ଜାଗା ଠିକ ହେଇଗଲା ବଳି ପଡିଗଲେ ଜଣେ ଗରିବ ଅଭାବୀ ଆଦିବାସୀ ପରିବାର. ପୋଲ ର ଶେଷ ରେ ରହିଥିଲା ଏହି ଗରିବ ଅଭାବୀ ର ନଈ ତଳିଆ ଜମି. ଯାହାକୁ ନେଇ ନିଜ ଭାତ ହାଣ୍ଡି ଚାଲେ.ଜାଗା ମାଲିକ ଙ୍କ କହିବା ଅନୁଯାଇ ମୋତେ ଜାଗା ପାଇଁ ପଇସା ଦେଇ ଦିଅନ୍ତୁ ଆଉ ୩୦ ରୁ ଅଧିକ ଗାଁ ପାଇଁ ସୁବିଧା କରନ୍ତୁ. ଏହି କଥା କୁ କାମ କରାଉଥିବା ଠିକାଦାର ବାବୁ ହଁ କରିଥିଲେ.
କିନ୍ତୁ ଏପର୍ଯ୍ୟନ୍ତ ଗୋଟେ ଟଙ୍କା ବି ମିଳିନି ଜମି ମାଲିକ ଙ୍କୁ, ଯାହାକୁ ନେଇ ପୋଲ ର କାମ ଶେଷ ହେଇ ପାରୁନାହିଁ. ଜମିର ମାଲିକ ଙ୍କ କହିବା ଅନୁଯାଇ ଏହି ଜାଗା ଟିକକ ପାଇଁ ତାଙ୍କୁ ଭଡାଟିଆ ଗୁଣ୍ଡା ଲଗେଇ ମାଡ଼ ମାରିବା ସହ ଧମକ ମଧ୍ୟ ଦିଆଯାଇଛି ଜାଗା ଛାଡିବା ପାଇଁ. ଏହି ଘଟଣା କୁ ଯେବେ ଗାଁ ମିଟିଙ୍ଗ ରେ ଗାଁ ର ସବୁ ସଦସ୍ୟ ମାନଙ୍କୁ ସବୁ କହିଥିଲେ. ଏହାପରେ ସେହି ଅଧା ତିଆରି ପୋଲ ରେ ବାଉଁଶ ପୋଲ ତିଆରି କରି ଚଳୁଥିଲେ. ଏହି ବାଉଁଶ ପୋଲ କୁ ଆଉ ଟିକେ ସୁଧାରି ଠିଆ କରିଛନ୍ତି ରାଉରକେଲା ଠୁ ନେଇ ବିରମିତ୍ରପୁର ଯାଏ ସମସ୍ତଙ୍କ ହୃଦୟରେ ଥାନ୍ତି ଆମ ରୋହିତ ତୀର୍କୀ ମହୋଦୟ. ଅନ୍ୟପଟେ ସେହି ଜମି ମାଲିକ ଏବେ କହୁଛନ୍ତି ମତେ ପଇସା ତ ମିଳିନି କିନ୍ତୁ ମୋ ଭାତ ହାଣ୍ଡି ଭାଙ୍ଗି ଠିଆ ହେଇଛି ଲୁହା ପୋଲ.ମାନ୍ୟବର ତୀର୍କୀ ମହୋଦୟ ଙ୍କ ପାଖରେ ନେବେଦନ ରଖିଛନ୍ତି ତାଙ୍କ ଜମିର ମୂଲ୍ୟ ସହ ଉଚିତ ନ୍ୟାୟ ପ୍ରଦାନ କଲେ ଖୁସି ହେବେ. ଅନ୍ୟପଟେ ଜନସାଧାରଣ ଙ୍କ କହିବା ଅନୁଯାଇ ସମ୍ପୂର୍ଣ ପୋଲ ତ ନଈ ଉପରେ ଏଇ ଜମି ପାଇଁ ସରକାର ଙ୍କ ପାଖରୁ ଆସିଥିବା ଟଙ୍କା ଗଲା କୁଆଡେ? କିଏ ବୁଲାଇଲା ଏଇ ଟଙ୍କା କୁ ଚଳୁ? ଏଠି ପ୍ରଶ୍ନ ଉଠୁଛି ଯଦି ପ୍ରାଇଭେଟ ଜାଗା କୁ କାହିଁକି ଠିକାଦାର ପଇସା ଦେଇ କରିନଥିଲେ ଏହି ଜାଗାର ସମାଧାନ. ଯାହାକୁ ନେଇ ଆଜି ୩୦ ରୁ ଅଧିକ ଗାଁ ହେଉଛନ୍ତି ହନ୍ତସନ୍ତ. ଆଜି ବି ଏହି ଅଂଚଳ ର ଲୋକମାନେ ରୋଗାକ୍ରାନ୍ତ ହେଲେ ଡାକ୍ତରଖାନା ଯିବାପାଇଁ ପୋଲ ସାଜିଥାଏ ବାଧକ. ନିଜର ୨୪ ବର୍ଷର ଶାସନ କାଳ ବିତିଯାଇଥିଲେ ମଧ୍ୟ୍ୟ ୩୦ ବର୍ଷ ର ସମାଧାନ ହେଇ ପାରିଲା ନାହିଁ. ଗଣମାଧ୍ୟମ ରେ ମଧ୍ୟ୍ୟ ବାରମ୍ବାର ପ୍ରଚାର ପରେ ବି କାହିଁକି ସମାଧାନ ହେଉନି ବୋଲି ଜନସାଧାରଣ ଙ୍କ ପାଖରେ ଜୋରଦାର ଚର୍ଚ୍ଚା ର ବିଷୟ ପାଲଟିଛି