277
ରାଜସ୍ଥାନ ଜୟପୁର ଠାରେ ପୂର୍ବତନ ମହାମହିମ ରାଷ୍ଟ୍ରପତି ଏ. ପି.ଜେ. ଅବଦୁଲ କାଲାମ ଙ୍କ ଠାରୁ ପୁରସ୍କୃତ ହେବେ ପରେ ବୈଜ୍ଞାନିକ ହେବା ର ଆଶା ରଖି ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଭାରତର ସର୍ବ ବୃହତ ଶିକ୍ଷାନୁଷ୍ଠାନ ଜଟଣୀ ଠାରେ ଥିବା” ନାଇଜେର୍” ରେ ଅଧ୍ୟୟନ କରି, ସୁମିତ୍ରା ମହାରଣା ମେମୋରିଆଲ ଆୱାର୍ଡ, ବେଷ୍ଟ ଥେସିସ ଆୱାର୍ଡ ଓ ବେଷ୍ଟ ଓଭେରଆଲ ଆଉଟ ଷ୍ଟାଣ୍ଡିଙ୍ଗ ଏକାଡେମୀ ପରଫରମାନ୍ସ ଆୱାର୍ଡ ରେ ୩ ଟି ସ୍ୱର୍ଣ୍ଣ ପଦକ ପାଇ ପୁରସ୍କୃତ ହୋଇ କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଜ୍ଞାନ କ୍ଷେତ୍ର ରେ ମାନବ ଉତ୍ପତି ସମ୍ପର୍କରେ ରିସର୍ଚ୍ଚ କରି ସେ ଭାରତ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି। ସୁଶ୍ରୀ ପ୍ରୀତିପ୍ରଭା ସାହୁ ହେଉଛନ୍ତି ରାୟଗଡା ଜିଲ୍ଲା କେ.ସିଙ୍ଗ ପୁର ବ୍ଲକ ବି.ଇ.ଓ କାର୍ଯ୍ୟଳୟ ର ସେକ୍ସନ ଅଫିସର ଶ୍ରୀ ପ୍ରଭାକର ସାହୁ ଓ ରାୟଗଡା ସରକାରୀ ହାଇସ୍କୁଲର ଟି.ଜି.ଟି ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା କୁମାରୀ ସାହୁ ଙ୍କ ସୁଯୋଗ୍ୟା କନ୍ୟା, ଓ ସ୍ୱର୍ଗତ ସନ୍ୟାସି ସାହୁ ଓ ସ୍ୱର୍ଗତ ଶକୁନ୍ତଳା ସାହୁ ଙ୍କ ନାତୁଣୀ ତଥା ସାମ୍ବାଦିକ ନିରାକାର ସାହୁ ଙ୍କ ଝିଆରୀ ଅଟନ୍ତି। ସୁଶ୍ରୀ ପ୍ରୀତିପ୍ରଭା ଙ୍କ ଏପରି କୃତିତ୍ବ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।