କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭୂମି କମ୍ପରେ ଥରିଲା ପାକିସ୍ତାନ । ଆଜି ଅପରାହ୍ନ ୧ଟା ୨୬ ସମୟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ନେଇ କିଛି ସୂଚନା ନାହିଁ । ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ଘରୁ ବାହାରକୁ ଦୌଡି ପଳାଇଥିଲେ ।
ଏହା ପୂର୍ବରୁ ଗତ ମେ’ ୫ ତାରିଖ ଦିନ ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୪.୨ ଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା । ପାକିସ୍ତାନ ସମେତ ଆଫଗାନିସ୍ତାନର କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଥିଲା ।