କର୍ତଵ୍ୟ ନ୍ୟୁଜ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି କହିଛନ୍ତି ଜଗୁନୀ । ପରିକ୍ରମା ପ୍ରକଳ୍ପ କାମ ବେଳେ ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା । ସପୋର୍ଟ କମିବା ଯୋଗୁଁ ପାଚେରୀ ଚାରିଆଡ଼େ ଫାଟିଗଲା । ଏହାକୁ ସଂପୂର୍ଣ୍ଣ ମରାମତି ନ କଲେ ଏହା ପୂରା ଭାଙ୍ଗିଯିବ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ସେହିପରି ଶ୍ରୀମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଜଗୁନି । ବିଗତ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି । ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି । ନିୟମିତ ଭଙ୍ଗାଭଙ୍ଗି ଚାଲିଛି । ବର୍ତ୍ତମାନ ସ୍ଥିତି ଯାହା ଏଏସ୍ଆଇ ଏହାକୁ ସ୍ବତନ୍ତ୍ର ଭାବେ କାମ କରୁ । ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ । ଶ୍ରୀମନ୍ଦିରର କ୍ଷତି ହେଲେ, ଓଡ଼ିଶା ନିନ୍ଦିତ ହେବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଛନ୍ତି ।
90