ନବରଙ୍ଗପୁର: ମାଁ ବାପା ଙ୍କ ପରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ ଗୁରୁଙ୍କୁ | କାରଣ ଗୁରୁ ହିଁ ପ୍ରଥମେ ପିଲାଙ୍କ ଭବିଷ୍ୟତ ଗଠନରେ ଗୁରୁତ୍ୱ ଭୂମିକା ନିର୍ବାହ କରିଥାନ୍ତି | ତେଣୁ ମାଁ ବାପା ପିଲାକୁ ୫ ବର୍ଷ ପୁରଣ ହେଲେ ତାକୁ ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଭର୍ତ୍ତି କରନ୍ତି ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ଭବିଷ୍ୟତ ଗଠନ କରନ୍ତି | କିନ୍ତୁ ଏଠାରେ ଏହାର ଓଲଟା | ଭବିଷ୍ୟତ ଗଠନ କରିବା ଦୂରର କଥା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହୁ ନଥିବା ଦେଖିବାକୁ ମିଳିଛି | ସରକାର ଙ୍କ ନିୟମ ଅନୁଯାଇ ଶନିବାର ଦିନ ପ୍ରତ୍ୟେକ ସରକାରୀ ସ୍କୁଲ ସକାଳ ୬:୩୦ ମିନିଟ ରୁ ଦିନ ୧୨:୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ | କିନ୍ତୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଦଣ୍ଡସରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁଇ ଶନିବାର ହେଲା ୧୧:୩୦ ଏବଂ ୧୨ଟା ରେ ସ୍କୁଲ ଛୁଟି କରିଥିବା ଦେଖିବାକୁ ମିଳିଛି, ଏ ବିଷୟରେ ବିଦ୍ୟାଳୟ ର ଶିକ୍ଷକ ୧୨ଟାରେ ପିଲାଙ୍କୁ ଛାଡ଼ିଦେଇ ଆମେ ୧୨:୨୦ ପର୍ଯ୍ୟନ୍ତ ସ୍କୁଲରେ ରହି କାମ କରୁଛୁ ବୋଲି କହିଥିଲେ | ସେପଟେ ବ୍ଲକ ଶିକ୍ଷା ଅଧିକାରୀ ଏହାର ତଦନ୍ତ କରି ମୁଁ ପଦକ୍ଷେପ ନେବି ବୋଲି କହିଛନ୍ତି | ଅନ୍ୟପଟେ ବଡ ଭରଣ୍ଡୀ ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟାନ୍ନ ଭୋଜନ ନିମ୍ନମାନର ଦେଇଥିବା ଦେଖିବାକୁ ମିଳିଛି | ପିଲାମାନଙ୍କୁ ସିଝା ଅଣ୍ଡା ଏବଂ ପାଣିଆ ଡାଲି ଦେଇଥିବା ବେଳେ ପିଲାମାନେ କୌଣସି ଗୃହ ରେ ନ ବସି ରାସ୍ତା ରେ ଠିଆ ହୋଇ ଖାଉଥିବା ଦେଖିବାକୁ ମିଳିଛି | ଏଭଳି ନିମ୍ନ ମାନର ଖାଦ୍ୟ ବିଷୟ ରେ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ସରକାର ଙ୍କୁ ପଚାରିବାରୁ ସେ କହିଥିଲେ ତଦନ୍ତ କରିଲା ପରେ ଜଣାପଡିଲା ଯେ ଯେଉଁ ଏସଏଚଜି ଗ୍ରୁପକୁ ରାନ୍ଧିବା ପାଇଁ ଦିଆଯାଇଛି ସେମାନେ ଠିକ ନୁହନ୍ତି | କିନ୍ତୁ ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଏସଏଚଜି ଗ୍ରୁପ ରାନ୍ଧିବ କିନ୍ତୁ ତାଙ୍କୁ ସାମଗ୍ରୀ ତ ବିଦ୍ୟାଳୟ କତୃପକ୍ଷ ଦେବେ | କତୃପକ୍ଷ ଯାହା ଦେବେ ସେମାନେ ତାହା ରାନ୍ଧିବେ | ଏଠି ଏସଏଚଜି ଗ୍ରୁପ ର ଭୁଲ କେଉଁଠି ରହିଲା? ପୁଣି ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ୟ ବ୍ଲକ ର ଗୋଟିଏ ବିଦ୍ୟାଳୟ ର ଚାର୍ଜ ରେ ରହିଥିବା ଜଣାପଡିଛି | ଜଣେ ଶିକ୍ଷକ ଗୋଟିଏ ବିଦ୍ୟାଳୟ ଠିକ ଭାବରେ ତୁଲେଇ ପାରୁନାହାନ୍ତି ଏବଂ ପ୍ରଶାସନ ତାଙ୍କୁ ଅନ୍ୟ ଏକ ବିଦ୍ୟାଳୟ ର ଚାର୍ଜ ଦେଉଛନ୍ତି | ଏଭଳି ଶିକ୍ଷକ ଯେଉଁମାନେ ପିଲାମାନଙ୍କୁ ଠିକ ଭାବରେ ଖାଦ୍ୟ ଦେଇପାରୁନାହାନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କରୁଛନ୍ତି | ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି | କିନ୍ତୁ ଏମାନଙ୍କ ଉପରେ କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଏ ବିଷୟରେ ଡିଡବ୍ଲୁଓ ଙ୍କୁ ମଧ୍ୟ କୁହାଯାଇଥିଲା | ସେ ବିଦ୍ୟାଳୟ କୁ ଯାଇ ତଦନ୍ତ କରିବି ବୋଲି କହିଥିଲେ କିନ୍ତୁ ତଦନ୍ତ ଶୂନ | ଏଭଳି ଉଚ୍ଚ ପଦାଧିକାରୀଙ୍କ ଛତ୍ରଛାୟାରେ ରହି ଏଭଳି ଶିକ୍ଷକ ମାନେ ମନମାନି କରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ଚର୍ଚା ହେଉଛି
411