38

ଫେଲ୍ ମାରିଲା ଜଗତସିଂପୁର! ଜଗତସିଂହପୁର ରେ ପ୍ରଭାବଶୁନ୍ୟ ଭାରତ ବନ୍ଦ!

ଜଗତସିଂହପୁର: ଅନୁସୂଚିତ ଜାତି ଓ ଜନଜାତି ଙ୍କ ସାମ୍ବିଧାନିକ ସଂରକ୍ଷଣ ରେ ବର୍ଗିକରଣ ବିରୋଧରେ ନ୍ୟାୟିକ ଷଡ଼ଯନ୍ତ୍ର ପ୍ରତିବାଦରେ ଜାତୀୟ ସ୍ତରରେ ସାମାଜିକ ସଂଗଠନ ର ମିଳିତ ଆହ୍ୱାନକ୍ରମେ, ଜଗତସିଂହପୁର ଜିଲ୍ଲାରେ ଦଳିତ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡ଼ାକରା ଦିଆ ଯାଇଥିଲା। ଏହି କ୍ରମରେ ଦଳିତ ବିକାଶ ପରିଷଦ ର ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ଥାନୀୟ ଡାକବଙ୍ଗଳା ଛକ ନିକଟରେ ରାସ୍ତାରୋକ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏହି ବନ୍ଦ ଡାକରା ଦିନ ୧୦ଟା ରୁ ଆରମ୍ଭ ହୋଇ ଦିନ ୧୨ଟା ଭିତରେ ଶେଷ ହୋଇଥିଲା। ସଙ୍ଗଠନର ଏହି ବନ୍ଦ ଡାକରାର ପ୍ରଭାବ ଜିଲ୍ଲାରେ ଦେଖିବାକୁ ମିଳି ନ ଥିଲା। ସହରରେ ଯାନବାହନ ଚଳାଚଳ, ବ୍ୟବସାୟ ପ୍ରତିଷ୍ଠାନ ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଖୋଲା ରହିଥିଲା। ତେବେ ମୋଟାମୋଟି ଭାବେ ଏହି ଭାରତ ବନ୍ଦ ଡାକରା ଜିଲ୍ଲାରେ ପ୍ରଭାବ ଶୁନ୍ୟ ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ବହୁଜନ ସମାଜ ପାଟି ପଖ୍ୟରୁ। ଜିଲ୍ଲା ସଭାପତି ଙ୍କ ନେତୃତ୍ବରେ ଭାରତ ବନ୍ଦ କୁ ସମର୍ଥନ କରି ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଜିଲାପାଳ ଙ୍କ ଗେଟ ସମ୍ମୁଖରେ ଧାରଣା ସହିତ କେନ୍ଦ୍ର ଓରାଜ୍ୟ ସରକାର ଙ୍କ ବିରୋଧ ରେ ସ୍ଲୋଗାନ ଦେଇଥିବା ଦେଖାଯାଇଛି

Spread the love