33

ଉପକୂଳ ସୁରକ୍ଷା ନେଇ ବିଧାୟକଙ୍କ ତଥ୍ୟ ବିଭ୍ରାନ୍ତିକର କୁ ନେଇ ବିଜେପି ର ପ୍ରେସ୍ ମିଟି!

ଏରସମା: ଏରସମା ବିଜେପି ପକ୍ଷରୁ ଏରସମା ସ୍ଥିତ ମୂଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜି ପୂର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ନ୍ରୂଶିଂହ ସାହୁ କହିଛନ୍ତି, ବାଲିକୁଦା ଏରସମା ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାପାଇଁ ବିଜେପି ସରକାର ସଂକଳ୍ପବଦ୍ଧ।ମାତ୍ର ବାଲିକୁଦା

ଏରସମା ବିଧାୟକ ବିପର୍ଯ୍ୟୟ ପ୍ରତିବନ୍ଧ ଲୁଣାଘେରି ସମ୍ପର୍କରେ ଏକ ଭ୍ରମାତ୍ମକ ମତାମତ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଏରସମା ବାଲିକୁଦା ଏକ ସମୂଦ୍ର କୂଳିଆ ଅଞ୍ଚଳ।ଏଠି ସବୁ ସମୟରେ ଝଡ଼ ବାତ୍ୟା ଓ ସମୂଦ୍ଵ ଜୁଆର ମାଡିଆସିବାର ଆଶଙ୍କା ରହିଛି।ବିଶେଷକରି ଜୁଆର ପ୍ରତିରୋଧ ପାଇଁ କେନ୍ଦ୍ର ସରକାର ସାଗର ମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ଯୋଜନା ପ୍ରସ୍ତୁତି କରିଛନ୍ତି।ଏହି ଯୋଜନାରେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଏକ ସୁଦୃଢ ପ୍ରାଚୀର ନିର୍ମାଣ ପ୍ରସ୍ତାବ ରହିଛି।ବରଂ ଏହାର ବିଳମ୍ବ ପାଇଁ ପୂର୍ବ ରାଜ୍ୟ ସରକାରଙ୍କୁ ସେ’ଦାୟୀ କରିଛନ୍ତି।

ତେବେ ସମୂଦ୍ର କୂଳିଆ ଏହି ଅଞ୍ଚଳର ସୂରକ୍ଷା ପାଇଁ ବିଜେପି ସରକାର ଯତ୍ନବାନ ଥିଲାବେଳେ, ବାଲିକୁଦା ଏରସମା ବିଧାୟକ ବିପର୍ଯ୍ୟୟ ପ୍ରତିବନ୍ଧ ଲୁଣାଘେରି ସମ୍ପର୍କରେ ଏକ ଭ୍ରମାତ୍ମକ ମତାମତ ଦେବା ଦୂର୍ଭାଗ୍ୟ ଜନକ ବୋଲି କହିଛନ୍ତି।ତେବେ ବର୍ତ୍ତମାନର ବିଜେପି ସରକାର ବାଲିକୁଦା ଏରସମାର ବିକାଶ ସହିତ ସମଗ୍ର ରାଜ୍ୟର ବିକାଶ ଧାରାକୁ ଆଗେଇ ନେବାପାଇଁ ଖୁବ୍ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି।ଆଜିର ଖବର ଦାତା ସମ୍ମିଳନୀରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ସମ୍ପାଦକ ଅମରେନ୍ଦ୍ର ଦଳାଇ ଓ ଏରସମା ମଣ୍ଡଳ ସଭାପତି ଜଟାଧାରି ସ୍ଵାଇଁ ଉପସ୍ଥିତ ଥିଲେ।

Spread the love