34

ନବୀନ ସରକାର ଦେଇ ପାରିଲାନି ସାହାରା, ପ୍ରକାଶ କଲେ ସବିତ୍ରୀଙ୍କ ଘର!

ଏରସମା: ସ୍ୱାମୀ ସଂସାର ଛଡେଇ ନେଲା ଦୈଇବ। ୭୦ ବର୍ଷରେ ଆଦୁଆର ତା ପିଣ୍ଢା ହେଉଛନ୍ତି ସାବିତ୍ରୀ। ହଜାରେ କାକୁତି ମିନତି ପରେ ବିଜେଡି ବାବୁଙ୍କୁ ଶୁଭିଲାନି ସାବିତ୍ରୀଙ୍କ ଦୁଃଖ। ହଁ ଆଜ୍ଞା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମର ଅସହାୟ ସାବିତ୍ରୀ ଜେନାଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖି ଓଦା ହେଇଯିବ। ଚିରା ଜରିପାଲତରେ ସତୁରି ବର୍ଷୀୟ ସ୍ୱାମୀ ଓ ପୁତ୍ରକୁ ହରାଇ ଥିବା ଅସହାୟ ସାବିତ୍ରୀ ଜେନା ଦିନ କାଟୁଛନ୍ତି। ଲଗାଣ ବର୍ଷାରେ ଅଧା ଓଦା ଅଧା ଶୁଖିଲା ହୋଇ ରାତି ରାତି ସେଇ ଚିରା ଜରିପାଲ ତଳେ ବସି ରହୁଛନ୍ତି। ବହୁବାର ନେତା ଆଫିସରଙ୍କୁ ଅନୁରୋଧ ସତ୍ୱେ ବିଜେଡି ସରକାରରେ ତାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଦେଇ ପାରିଲେ ନାହିଁ। ନିଜ କରମ ଆଦରି ଜରିପାଲ ତଳେ ପଡିଥିବା ସାବିତ୍ରୀଙ୍କ ପାଇଁ ଦେବଦୂତ ସାଜିଲେ ସମାଜସେବୀ ପ୍ରକାଶ ପାଲ୍ । ଗଣମାଧ୍ୟମରୁ ସାବିତ୍ରୀଙ୍କ ଦୁଃଖ ବିଷୟରେ ଜାଣିବା ପରେ ତାଙ୍କ ପାଖକୁ ଯାଇଥିଲେ ପ୍ରକାଶ।

 

୭୦ ବର୍ଷର ବୃଦ୍ଧଙ୍କୁ ସହାୟ ହେଲେ ପ୍ରକାଶ ବଦଳିଲା ସାବିତ୍ରୀଙ୍କ ଘର, ମୁହଁରେ ହସର ଲହର ବର୍ଷାରେ ଅସହାୟ ସାବିତ୍ରୀଙ୍କ ଘରେ ପହଞ୍ଚି ଅସହାୟ ବୃଦ୍ଧାଙ୍କୁ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ମାଉସୀଙ୍କର ଘରର ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ସବୁ ଯୋଗାଇଦେବାକୁ ପ୍ରତିଶୃତି ଦେବା ସହ କିଛି ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି। ଏବଂ ତାଙ୍କ ଘର ଖୁବଶୀଘ୍ର ହେବ ବୋଲି ଭରସା ଦେଇଛନ୍ତି। ପ୍ରକାଶଙ୍କ ପାଇଁ ଏବେ ସାବିତ୍ରୀ ମାଉସୀ ଚିରା ପଲିଥିନ ନୁହେଁ ଇଟା ସିମେଣ୍ଟ କାନ୍ଥର ଘରେ ରହିବେ। ବିଜେଡି ସରକାର ଅଣଦେଖା କରିଥିବା ଅସହାୟ ସାବିତ୍ରୀ ମାଉସୀଙ୍କୁ ମୋହନ ସରକାର ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି। ଅସହାୟ ମହିଳା ସାବିତ୍ରୀ ମାଉସୀଙ୍କୁ ସହାୟତାର ହାତ ବଢାଇଥିବାରୁ ସମାଜସେବୀ ପ୍ରକାଶ ପାଲଙ୍କୁ ଢିଙ୍କିଆ ଗ୍ରାମବାସୀଙ୍କ ପକ୍ଷରୁ ସଂଗ୍ରାମ ନେତା ଦେବେନ୍ଦ୍ର ସ୍ୱାଇଁ ଙ୍କ ସମେତ ବହୁ ବ୍ୟକ୍ତି ଭୂୟଶ୍ରୀ ପ୍ରଂଶସା କରିଛନ୍ତି ମଧ୍ୟ।

Spread the love