115

ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନର ଭାଙ୍ଗିଛି ନିଦ, ଦୁଇଦିନ ଭିତରେ ଭାଙ୍ଗିବା ସ୍ୱାଦ

ଭୁବନେଶ୍ୱର: ଯୁଆଡ଼େ ଦେଖିବ ସିଆଡେ ଚାଲିଥିଲା ବିଜେଡି ନେତାଙ୍କ ଦାଦାଗିରି। ମାଟି, ବାଲି, ପାଣି,ଖଣି,ଜଙ୍ଗଲ ଜମି ସବୁ କିଛି ଥିଲା ବିଜେଡି ନେତାଙ୍କ କବଜାରେ। ସବୁ ଆଇନ କାନୁନକୁ ଗିଳି ପ୍ରିୟାପ୍ରୀତିରେ ଟେକି ଦେଉଥିଲେ ଏକର ଏକର ଜଙ୍ଗଲ ଜମି। ଧର୍ମଶାଳାର ବଲେ ବଲେ ଢ଼ାବା ସରକାରୀ ଟଙ୍କା ଓ ଗୋଚର ଜମିରେ ନିର୍ମାଣ ହୋଇଥିବା ଜଣାପଡିଥିଲା। ଏବେ ସେମିତି କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ସ୍ବଦ ହୋଟେଲକୁ ନେଇ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି।

ଜଙ୍ଗଲ ଜମି ଜବରଦଖଲ କରି ବେଆଇନ ଭାବେ ହୋଟେଲ ତିଆରି କରିଛନ୍ତି ମୁଷ୍ଟିମେୟ ଲୋକ। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଭାଙ୍ଗିଛି ପ୍ରଶାସନର ନିଦ। ଏକରରୁ ଅଧିକ ଜଙ୍ଗଲ ଜମିରେ ବେଆଇନ ଭାବେ ତିଆରି ହୋଇଛି ସ୍ଵାଦ ହୋଟେଲ । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଛତ୍ରଛାୟାରେ ଏହି ହୋଟେଲ ତିଆରି ହୋଇଥିବା ଚର୍ଚ୍ଚା ହେଉଛି। ଏଠାରେ ନିର୍ବାଚନ ସମୟରେ ଅନେକ ବିଜେଡି ନେତା ମନ୍ତ୍ରୀ ଆଡା ଜମାଉଥିଲେ ବୋଲି କୁହାଯାଏ। ନିର୍ବାଚନ ସମୟରେ ଟଙ୍କା କାରବାର ସହ ମଦର ଆସର ଜମୁଥିଲା ବୋଲି କୁହାଯାଉଛି। ହେଲେ ଏବେ ସରକାର ବଦଳିବା ପରେ ତତ୍ପରତା ପ୍ରକାଶ କରୁଛି ଜିଲ୍ଲାପ୍ରଶାସନ। ପ୍ରଶାସନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ମଙ୍ଗଳବାର ରାଜନଗର ତହସିଲଦାର, ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ବନବିଭାଗ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତିରେ ସ୍ବାଦ ହୋଟେଲରେ ହୋଇଥିଲା ମାପଚୁପ। ମାପଚୁପ ପରେ ହୋଟେଲ ପଛପଟେ ରହିଥିବା ସୁଇମିଙ୍କ୍ ପୁଲ, ପ୍ରାକ୍, ପାଇଖାନା ଏବଂ ଗେଟ୍ ଜଙ୍ଗଲ ଜମିରେ ହେଇଥିବା ସ୍ପଷ୍ଟ ହୋଇଛି। ତେବେ କ୍ଷମତାର ଅପବ୍ୟବହାର କରି ସୂର୍ଯ୍ୟନାରାୟଣ ଲେଙ୍କା ଜଙ୍ଗଲ ଜମିରେ ହୋଟେଲ ସ୍ବାଦ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବଲେ ବଲେ କେଳେଙ୍କାରିରେ ଥିବା ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଏଠି ମଧ୍ୟ ଡେରା ପକାଉଥିଲେ। ୨୦୧୯ ରୁ ରାଜନଗର ବିଜେଡିର ବିଧାୟକ ରହିଥିବା ଧ୍ରୁବ ସାହୁଙ୍କ ପତିଆରା ଏବଂ କ୍ଷେମତା ବଳରେ ଜଙ୍ଗଲ ଜମି ଜବରଦଖଲ କରିଥିଲେ ହୋଟେଲ ମାଲିକ ବୋଲି କୁହାଯାଉଛି। ବିଧାୟକଙ୍କ ଚାପରେ ଏତେଦିନ ପ୍ରଶାସନିକ ଅଧିକାରୀ ଚୁପ୍ ବସିଥିଲେ ବୋଲି କୁହାଯାଉଛି। ଅନ୍ୟପଟେ ଏହି ମାପଚୁପର ଭିଡିଓ ଉତ୍ତୋଳନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ହୋଟେଲ ମାଲିକଙ୍କ ସମର୍ଥକ ଧମକ ଦେଉଥିବା ଅଭିଯୋଗ ହୋଇଛି। ତେବେ ତଦନ୍ତ ହେଲେ ହୋଟେଲ ଭିତର ବଡ ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ମୋହନ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି?

Spread the love