86

ବାଣପୁରରେ ଐତିହାସିକ ପଞ୍ଚୁଦୋଳ ମେଳଣ!

ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ପଲଟଣ ପଡିଆରେ ଦୁଇଦିନ ଧରି ଐତିହାସିକ ପଞ୍ଚୁଦୋଳ ଓ ମେଳଣ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି | ରବିବାର ମାହେନ୍ଦ୍ର ବେଳା ରାତ୍ର ୧୨ଘଟିକା ୧୭ ମିନିଟ ପରେ ସ୍ଥାନାଧୂପତି ଚରଣ ଚକଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ |

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବଦେବୀ ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜ ଅସ୍ଥାନରେ ଅବସ୍ଥାନ ହୋଇଥିଲେ |

ବିଭିନ୍ନ ଗ୍ରାମର ଦେବା ଦେବୀ ପ୍ରତିଯୋଗିତା ମୁଳକ ପଟୁଆରରେ ଆସିଥିଲେ | ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗୋଲୁଆର ଗୁପ୍ତେଶ୍ଵର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖୁବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା |

ମୁଖ୍ୟ ଅତିଥି ଭାବରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ,ଏବଂ ଖୋର୍ଦ୍ଧା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମେଳଣ ପଡିଆରେ ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ |

ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପୋଲିସ୍ ଫୋର୍ସ ମତୟନ କରାଯାଇଥିଲା। ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବାଦେବୀ ଯଜ୍ଞ ମଣ୍ଡପ ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କ ମିଳନ ହୋଇଥିଲା | ପରେ ସମସ୍ତ ଦେବା ଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଜ୍ଞ ମଣ୍ଡପ ସାତଥର ପରିକ୍ରମା କରିଥିଲେ । ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତ୍ତନ କଲାପରେ ଅନ୍ୟ ଠାକୁର ମେଳଣ ପଡିଆରୁ ପ୍ରତ୍ୟାବର୍ତ୍ତନ କରିଥିଲେ |

Spread the love