ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା): ଶନିବାର ଦିନ ଦୁଇ ଲୁଟେରାକୁ ଗିରଫ କରିଛି ବାଲୁଗାଁ ପୋଲିସ। ଅପରାଧୀ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ଭାଇଗ ଦାସଙ୍କ ପୁଅ ରମେଶ ଦାସ (୨୩) ଓ ସୁବାଷ ଜାଲିଙ୍କ ପୁଅ ରଞ୍ଜିତ ଜାଲି (୩୨)। ଉକ୍ତ ଦୁଇ ଅଭିଯୁକ୍ତ ନିକଟରୁ ଏକ ଇନଭଟର ବ୍ୟାଟେରୀ ଓ କିଛି କଂସାବାସନ ଜବତ କରାଯାଇଥିବା ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀନିବାସ ସାମନ୍ତ କହିଛନ୍ତି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଛେଡ଼ାପଦର ଗ୍ରାମର ଅସିତ୍ ଦାସ ଓ ପରିବାର ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ କିଛି ଦୁବୃର୍ତ୍ତ ତାଙ୍କ ଘରୁ ଗତ ଗୁରୁବାର ରାତିରେ ସମସ୍ତ ଘରୋଇକରଣ ସାମଗ୍ରୀ, ସିସି ଟିଭି, ଇନଭଟର ମେସିନ ସହ ବ୍ୟାଟେରୀ ସମେତ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ପଡୋଶୀଙ୍କ ଠାରୁ ଫୋନ୍ ଯୋଗେ ଖବର ପାଇ ଶୁକ୍ରବାର ଦିନ ପହଞ୍ଚି ଦେଖିବା ବେଳକୁ ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଶ୍ରୀ ଦାସ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ କେଶ ନଂ ୮୧/୨୦୨୬ ରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି |
94