କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଗୁରୁବାର ଦିନ ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପୃଥୀରାଜ ହରିଚନ୍ଦନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ଡ଼ଃ ନିରଞ୍ଜନ ପାଢ଼ୀ,ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀଯୁକ୍ତ ଅଶ୍ରୁମୋଚନ ମହାନ୍ତି,ଓଡ଼ିଆ ଓଲିଉଡ ଯୁବ ଅଭିନେତା ଶ୍ରୀଯୁକ୍ତ ଅଭିଷେକ ପଣ୍ଡା ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି,ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ,ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ |
ବାଲୁଗାଁ ମହାବିଦ୍ୟାଳୟ ଏ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଲୋକ ବିତରଣ କରି ସମୁଜ୍ଜ୍ଵଳ ପ୍ରତିଭା ସମ୍ପନ୍ନ ସୁନାଗରିକ ମାନଙ୍କୁ ସମର୍ପଣ କରି ନିଜକୁ ମହିମାମଣ୍ଡିତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ଏଥି ସହିତ ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ. ଏଥି ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ.ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ମନୋରଞ୍ଜନ କାଯ୍ୟକ୍ରମ ବେଶ ମନ ମୁଗ୍ଧ କର ହୋଇଥିଲା.

ସେହି ପରି ଓଲିଉଡ ଅଭିନେତା ଅଭିଷେକ ପଣ୍ଡାଙ୍କ ସଂଗ୍ଲାପ ସହିତ ମନଛୁଆଁ ନୃତ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀ ନୃତ୍ୟ ବିଭୋର ହୋଇଥିବା ସ୍ଥଳେ ସାରା ପରିବେଶ ଝୁମି ଉଠିଥିଲା। ପରେ ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା.ପରିଶେଷ ରେ ଯୁକ୍ତ ଦୁଇ ଅଧକ୍ଷ ସୁବାସ ଶ୍ରୀ ଚନ୍ଦନ ଧନ୍ୟବାଦ୍ ଅର୍ପଣ କରିଥିଲେ |