ଖୋର୍ଦ୍ଧା (ରିପୋର୍ଟର – ଆଦିତ୍ୟ ନାରାୟଣ ବେହେରା): ଦୀର୍ଘ ୩ ମାସରୁ ଉର୍ଦ୍ଧ ନିଖୋଜ ନାବାଳକକୁ ଉଦ୍ଧାର କରିଛି ବାଲୁଗାଁ ପୋଲିସ।ସୁଦୂର ମଧ୍ୟପ୍ରଦେଶରୁ ବାଲୁଗାଁ ଚିଲିକା ବୁଲିବାକୁ ଆସିଥିବା ଏକ ପରିବାରର ଜଣେ ନାବାଳକ ସଦସ୍ୟ ନିଖୋଜ ହୋଇଯାଇଥିଲେ।ନିଖୋଜ ନାବାଳକଙ୍କୁ ବାଲୁଗାଁ ପୁଲିସ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଛକରୁ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।ସୂଚନା ମୁତାବକ ୨୦୨୫ ଅକ୍ଟୋବର ୨୪ତାରିଖରେ ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲା ବିଲଖାରିଆ ଆଦମପୁର ଅଞ୍ଚଳର ସୁରେଶ କୁମାର ନାୟକ ପରିବାର ସହ ଚିଲିକା ବୁଲିବାକୁ ଆସିଥିଲେ।ପରିବାର ଲୋକେସେମାନେ ବାଲୁଗାଁ ଚିଲିକା କୁଳ ସ୍ଥିତ ଧର୍ମଶାଳାରେ ରହିଥିଲେ।ହେଲେ ସେଠାରୁ ତାଙ୍କ ୧୨ ବର୍ଷର ପୁଅ କାହ୍ନା ନାୟକ ହଠାତ୍ କେଉଁଆଡ଼େ ଚାଲିଯାଇଥିଲେ।ପୁଅ ନିଖୋଜ ନେଇ ପରିବାର ପକ୍ଷରୁ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ।ପୁଲିସ ପକ୍ଷରୁ କେଶ ନଂ ୩୪୮/୨୫ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା.ତେବେ ଗତକାଲି ସଂପୃକ୍ତ ନିଖୋଜ ନାବାଳକ କାହ୍ନାକୁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଛକରୁ ଉଦ୍ଧାର କରିଛି ବାଲୁଗାଁ ପୋଲିସ।ଉଦ୍ଧାର ପରେ କାହ୍ନା କହିବା ମୁତାବକ ସେ ବାଲୁଗାଁରୁ ଟ୍ରେନ୍ ଯୋଗେ ମାମୁଁ ଘର ଭୋପାଳ ଯାଇଥିଲା।ସେଠାରେ ୨ଦିନ ରହି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆସିଥିଲା।କବିସୂର୍ଯ୍ୟନଗରରେ କାହ୍ନା ଥିବା କୌଣସି ସୂତ୍ରରୁ ଖବର ମିଳିବା ପରେ ବାଲୁଗାଁ ପୁଲିସର ଏକ ଟିମ୍ ପହଞ୍ଚି ଉଦ୍ଧାର କରିଥିଲା।ଏନେଇ କାହ୍ନାଙ୍କ ପରିବାର ସହ ଯୋଗାଯୋଗ କରି ତାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇ ଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି|
91