25

ଛତିଶଗଡ଼ର ଅପରାଧୀଙ୍କୁ ନୂଆପଡ଼ା ଆଣିଛି ବିଜେପି: ବିଜେଡି

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ନୂଆପଡ଼ା ଉପ ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ କରିଛି ବିଜୁ ଜନତା ଦଳ। ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଯଥାଶୀଘ୍ର ନିର୍ବାଚନ ଆୟୋଗ ଏହା ଉପରେ କର୍ଯ୍ୟନୁ ନିଅନ୍ତୁ ବୋଲି ଦୃଢ଼ ଦାବି ଉପସ୍ଥାପନ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ନିବେଦନ କରିଛି ।

ବିଜେଡି ପକ୍ଷରୁ ଦାୟର ଅଭିଯୋଗ ଅନୁସାରେ, ନୂଆପଡ଼ା ଉପନିର୍ବାଚନରେ ଅରାଜକତା ଓ ହିଂସା କାଣ୍ଡ ଘଟାଇବା ପାଇଁ ବିଜେପି ନିଦେ୍ର୍ଦଶ ରେ ଛତିଗଡର ଅପରାଧୀମାନେ ଆସି ନୂଆପଡାରେ ଡେରା ପକାଇଛନ୍ତି । ଭୋଟରଙ୍କୁ ଭୟଭୀତ କରିବା ସେମାନଙ୍କ ଉଦେ୍ଦଶ୍ୟ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସେମାନଙ୍କୁ ତୁରନ୍ତ ଜିଲ୍ଲାରୁ ବାହାର କରାଯାଉ ବୋଲି ବିଜେଡି ଦାବି କରିଛି ।
ବିଜେଡି ଆଉ ଏକ ସଙ୍ଗୀନ ଅଭିଯୋଗ କରିଛି ଯେ, ନିର୍ବାଚନ ସମୟ ପାଖେଇ ଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଇଭିଏମ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାହିଁ । ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ଗୁରୁତର ତ୍ରୁଟି ବୋଲି ବିଜେଡି କହିଛି । ଅନ୍ୟ ଏକ ଅଭିଯୋଗ ପତ୍ରରେ ବିଜେଡି ଦର୍ଶାଇଛି ଯେ ନିର୍ବାଚନ ପରିଚାଳନାରେ ନିୟୋଜିତ ସରକାରୀ ଅଧିକାରୀ ବିଜେଡି ସହ ପକ୍ଷପାତିତା ଚାଲିଛନ୍ତି । ବିଜେପି ନିଦେ୍ର୍ଦଶରେ ବିଜେଡି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର, ହୋର୍ଡିଂ ସବୁ ବାହାର କରିଦିଆ ଯାଉଛି । ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର, ବ୍ୟାନର ଆଦି ସରକାରୀ ସମ୍ପତ୍ତି ଉପରେ କହିଥିଲେ ସୁଦ୍ଧା ତାକୁ ବାହାର କରିବା ପାଇଁ ପ୍ରଶାସନର ହାତ ଯାଉନି ।

ବିଜେପି ଆଇଟି ସେଲ୍ କୃତ୍ରିମ ବୁଦ୍ଧିମତା (ଏଆଇ) ର ବେଆଇନ ବ୍ୟବହାର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡିର ବରିଷ୍ଠ ନେତା ମାନଙ୍କ କପୋଳକଳ୍ପିତ ଭିଡିଓ, ଫଟୋ ଆଦି ପ୍ରସ୍ତୁତ କରିବ ସହ ସାମାଜିକ ଗଣମଧ୍ୟାମରେ ପ୍ରକାଶ କରୁଛି । ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏହା ବିଜେପିର ବହୁତ୍ ବଡ ଷଡ଼ଯନ୍ତ୍ର । ନିର୍ବାଚନ ନିୟମର ଖୋଲା ଉଲ୍ଲଂଘନ କରୁଛି ବିଜେପି । ତେଣୁ ତୁରନ୍ତ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ଦାବି କରିଛି ।

Spread the love