କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ନୁଆପଡ଼ା ବିଧାନସଭା ଉପନିର୍ବାଚନ ରେ ବର୍ତ୍ତମାନ ପ୍ରଚାର ଜୋର୍ ଧରିଲାଣି । ମଙ୍ଗଳବାର ବିଜେପି ପକ୍ଷରୁ ସରାବୋଙ୍ଗ ପଞ୍ଚାୟତ ଅଧିନସ୍ଥ ଭଇଁସମୁଣ୍ଡି ଗ୍ରାମ ଠାରେ ଏକ ଆଦିବାସୀ ସମାଜ ସମ୍ମିଳନୀ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ଗଣ ଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଖାଦ୍ୟ ଯୋଗାଣ ତଥା ଖାଉଟି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କ ରେ ଅବଗତ କରାଇଥିଲେ । ଏହା ସହିତ ନୁଆପଡ଼ା କୁ ଏକ ବିକଶିତ ଓ ଦାଦନ ମୁକ୍ତ ଜିଲ୍ଲା ରେ ପରିଣତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ ।
ଏଥି କାର୍ଯକ୍ରମ ରେ ରାଜ୍ୟ ସଭା ସାଂସଦ ମମତା ମହନ୍ତ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୁର୍ବତନ ସାଂସଦ ଡ. ପ୍ରଭାସ ସିଂ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପୁର୍ବତନ ବିଧାୟିକା କୁସୁମ୍ ଟେଟେ, ଖମସିଂ ମାଝୀ, ହୋମସିଂ ମାଝୀ, ଲାଲସିଂ ମାଝୀ, ଭଗତ ରାମ ମାଝୀ ପ୍ରାମୁଖ ଉପସ୍ଥିତ ଥିଲେ ।