38

ଦେଢ଼ ଲକ୍ଷ ଥିବା ସୁନା ଏବଂ ୨ ଲକ୍ଷ ପାର୍ କରିଥିବା ରୁପା ଏବେ ତାହା ତଳ ମୁହାଁ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: କମିଲା ସୁନା ରୁପା ଦର। କିଛି ଦିନ ତଳେ ଦେଢ଼ ଲକ୍ଷ ଥିବା ସୁନା ଏବଂ ୨ ଲକ୍ଷ ପାର୍ କରିଥିବା ରୁପା ଏବେ ତାହା ତଳ ମୁହାଁ। ଏମିତି କି ସୁନା ରୁପା ଦର ୧୨ ବର୍ଷର ରେକର୍ଡ ଭାଙ୍ଗିଛି । ଦୀପାବଳି ପୂର୍ବରୁ ଅର୍ଥାତ ଅକ୍ଟୋବର ୧୭ ବେଳକୁ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ୧ ଲକ୍ଷ ୨୧ ହଜାର ୭୦୦ ଟଙ୍କା ଥିଲା ତାହା ଏବେ ୧ ଲକ୍ଷ ୧୪ ହଜାର ୬୫୦ ଟଙ୍କାରେ ପହଞ୍ଚିଛି। ସୁନା ୭ ଦିନରେ ୭ ହଜାର ଟଙ୍କା ଖସିଛି।

ଗତକାଲି ଗୋଟିଏ ଦିନରେ ସୁନା ୪ ହଜାର ୩୦୦ ଟଙ୍କା ଖସିଛି। ଯାହା ୧୨ ବର୍ଷର ସବୁ ରେକର୍ଡ ଭାଙ୍ଗିଛି। ବିଶ୍ବ ବଜାରରେ ବି ସୁନା ଖସିଛି। କାଲି ଗୋଟିଏ ଦିନରେ ବିଶ୍ବ ବଜାରରେ ୬.୩ ପ୍ରତିଶତ ସୁନା ଖସିବା ସହ ୨୦୦୩ ପରେ ସବୁଠୁ କମ ଦର ଥିଲା। ସେହିପରି ରୁପା ବି ଖସିଛି। ୧୭ ଅକ୍ଟୋବରରେ ଯେଉଁ ରୁପା ୨ ଲକ୍ଷ ୩ ହଜାର ଟଙ୍କା ଥିଲା ତାହା ଆଜି ୧ ଲକ୍ଷ ୭୪ ହଜାରକୁ ଖସି ଆସିଛି। ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୮୯୦ ଟଙ୍କା ଥିବା ବେଳେ ଆଜି ୮୧୦ ଟଙ୍କା କମି ୧, ୨୫,୦୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୧,୧୫,୪୦୦ଟଙ୍କା ଥିବା ବେଳେ ଆଜି ୭୫୦ ଟଙ୍କା କମି ୧,୧୪,୬୫୦ ଟଙ୍କାରେ ପହଞ୍ଚିଛି । ୧୮ କ୍ୟାରେଟ ସୁନା ଦର ଗତ କାଲି ୯୪, ୪୨୦ ଟଙ୍କା ଥିବା ବେଳେ ଆଜି ତାହା ୬୧୦ ଟଙ୍କା କମି ୯୩, ୮୧୦ ଟଙ୍କା ହୋଇଛି।

ଅନ୍ୟପଟେ ରୁପା ଦର ମଧ୍ୟ ଖସିଛି। ଭୁବନେଶ୍ବରରେ ରୁପା କେଜି ଗତକାଲି ୧,୭୫,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କ କମି ୧,୭୪,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସବୋର୍ଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। କେବଳ ଧନତେରସ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା।

Spread the love