39

୫୦ ଲକ୍ଷ ଡିଲରେ ହଜିଗଲେ ପୀତବାସ ପଣ୍ଡା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅତି ଭଦ୍ର, ଚୋରଙ୍କ ଲକ୍ଷଣ l ପ୍ରଥମେ ପ୍ଲାନ କରି ହତ୍ୟା କରାଅ, ପରେ ଭଦ୍ର ହୋଈ ସମବେଦନା ଜଣାଇ ଅନୁକମ୍ପା ସାଉଁଟାଓ l ଦର୍ଶକ ବନ୍ଧୁ, ଏକଥା ଆମେ ନୁହଁ, ବ୍ରହ୍ମପୁର ବାସୀ, ଗଞ୍ଜାମ ବାସୀ କହିଲେଣି l ହତ୍ୟା ପରେ ମେଡିକାଲ, ପରେ ଶ୍ରଦ୍ଧାଞ୍ଜଳି, ମୃତକଙ୍କ ପିଲାବେଳର ବନ୍ଧୁ କହି ଆତ୍ମୀୟଙ୍କୁ ସମବେଦନା ଉପରେ ଆହୁରି ଶାସକଙ୍କୁ ହେୟଜ୍ଞାନ କରି ଦୋଷୀଙ୍କୁ ତୁରନ୍ତ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କହୁଥିବା ବ୍ୟକ୍ତିଟା ଆଜି ନିଜେ ଆଇନର ପଞ୍ଝାରେ l ଆଇନ ଆଖିରୁ ନା କିଏ ବର୍ତ୍ତିଛି ନା କିଏ ବଂଚିପାରିବ l ଏମିତି ଚର୍ଚ୍ଚା ଏଵେ ସହରର ଗଳି କନ୍ଦିରେ ଚାଲିଛି l ଦିନ କେଇଟା ପରେ ନୂଆପଡା ଉପ ନିର୍ବାଚନ l ସମସ୍ତେ ଜାଣନ୍ତି, ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର ଜୟ ଢୋଲକିଆଙ୍କ ଦୋମୁହାଁ ନୀତି ପରେ ବିଜେଡି ସେଠି ବଳ ଗୋଟାଇବାରେ ଲାଗିଛି, ତେଣୁ ନୂଆପଡାରେ ବିଜେଡି କୁ ଧୂଳି ଚଟେଇବାପାଇଁ ବିକ୍ରମ ପଣ୍ଡାକୁ ବ୍ରହ୍ମାସ୍ତ୍ର କରୁନି ତ ଶାସକ ବିଜେପି ବୋଲି, ସାମ୍ବାଦିକ ସମ୍ମିଳନୀ କରି ରାଜରାସ୍ତାଠୁ ସରକାରୀ ଦପ୍ତର ପର୍ଯ୍ୟନ୍ତ ଗର୍ଜୁଛି ବିଜେଡି l

ଅନ୍ୟପଟେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦାୟିତ୍ବଭାର ନେବାଠାରୁ ଗଞ୍ଜାମ ଜିଲ୍ଲାରେ ଖଣି ଦୁର୍ନୀତି କୁଆଡେ ବଢ଼ିବାରେ ଲାଗିଥିଲା ତେଣୁ ମନ୍ତ୍ରୀଙ୍କ ବହିଷ୍କାର ଦାବିକରୁଥିବା ନେତାଙ୍କୁ ସବୁଦିନ ପାଇଁ ଚୁପ କରେଇଦେବା ପାଇଁ ଏ ଏକ ଯୋଜନା ଥିଲା ବୋଲି ଏବେ ଚର୍ଚ୍ଚା ହେଉଛି| ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ଏବେ ନୁହଁ, ସେପ୍ଟେମ୍ବର ମାସରୁ ହୋଇଥିଲା ଯୋଜନା । ବ୍ରହ୍ମପୁରର ଜଣେ ବିଜେଡି କର୍ପୋରେଟର ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ଜରିଆରେ ପୂରା ଷଡ଼ଯନ୍ତ୍ର କରିଥିଲେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଏବଂ ସହରର ପୂର୍ବତନ ମେୟର ତଥା ସାଂସଦ ପ୍ରାର୍ଥୀ ଶିବଶଙ୍କର ଦାସ । ପୋଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୧୦ ରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମଙ୍କୁ ବ୍ରହ୍ମପୁର ଆଣିଥିଲେ କର୍ପୋରେଟର ମଳୟ ବିଷୋୟୀ ଓରଫ୍ ଉମା ବିଷୋୟୀ, ପ୍ରଥମେ ସେମାନେ ରେକି କରିଥିଲେ। ଉମା ବିଷୋୟୀଙ୍କ ସହଯୋଗୀ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ବାଇଁଙ୍କୁ ଡାକିଥିଲା,ବିପିନ୍ ସ୍ବାଇଁ କିଛି ସୁଟରମାନଙ୍କୁ ଜାଣିଥିବାରୁ ସେ ସୁଟରମାନଙ୍କୁ ଡାକିଥିଲେ ଏବଂ ସୀମାଞ୍ଚଳ ନାୟକଙ୍କୁ ଠିକ୍ କରିଥିଲେ। ଯୋଗୀ ଓ ଉମାଙ୍କ ନିର୍ଦ୍ଦେଶରେ ମୋଟ୍ ୪ ଜଣ ସହରର ଅଳକାପୁରୀର ଏକ ଭଡା ଘରେ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ରହିଥିଲେ। ମଳୟ ବିଷୋୟୀଙ୍କ ପରିଚିତ ଶୂନ୍ୟଚନ୍ଦ୍ର ଦାସଙ୍କୁ କୁହାଯାଇଥିଲା ଯେ, ଏକ ମେଡିକାଲ କାମ ପାଇଁ ସେମାନେ ରହିବେ, ଏହି ୪ ଜଣଙ୍କ ଏମକେସିଜିରେ କାମ ଅଛି ବୋଲି ରହିବେ କିନ୍ତୁ ଉକ୍ତ ୪ ଜଣଙ୍କୁ ପଚାରିବାରୁ ସେମାନେ ଏକ ଘରୋଇ ହସ୍ପିଟାଲରେ କାମ ଥିଲା ବୋଲି କହିଥିଲେ ଯାହା ପରେ ଶୂନ୍ୟଚନ୍ଦ୍ରଙ୍କ ସନ୍ଦେହ ହୋଇଥିଲା କିନ୍ତୁ ମଳୟ ବିଷୋୟୀ କହିଥିବାରୁ ସେ ବେଶୀ କିଛି କହିନଥିଲେ ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ।

ଏହି ୪ ଜଣଙ୍କ ରହିବା ଖାଇବା ଓ ଗାଡି ସୁବିଧା ମଧ୍ୟ ଉମା ଓ ଯୋଗୀ ବୁଝିଥିଲେ। ଏହି ଦିନ ମଧ୍ୟରେ ସେମାନେ ପ୍ରଥମେ ରେକି କରିଥିଲେ, ପୀତବାସଙ୍କ ଚ୍ୟାମ୍ବର ଦେଖିଥିଲେ, କିପରି ହତ୍ୟା କରିବେ ଓ ହତ୍ୟା କଲା ପରେ କିପରି ସେଠାରୁ ଖସିବେ, ସେ ନେଇ ପୂରା ଯୋଜନା କରିଥିଲେ। ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ସେ ବିହାର ଫେରିଗଲେ ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରି ନ ଥିଲା।

ପ୍ରଥମ ଉଦ୍ୟମ ବିଫଳ ହେବା ପରେ ସେମାନେ ସବୁ ରେକି କରିବା ପରେ ଅକ୍ଟୋବର ୬ରେ ଦ୍ୱିତୀୟ ଥର କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରି ସେମାନେ ଆଉ ଏକ ଟିମ୍ ଆଣିଥିଲେ, ନିଜ ଘର ବନ୍ତପଲେଇରୁ ଦୁଇ ଜଣ ପିଲା କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଠିକ୍ କଲେ ଉମା ବିଷୋୟୀ । ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ସେ ସେଠାରୁ ଆସିଥିଲେ। ଏହା ପରେ ତାଙ୍କ ସହ ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ।

ଏମାନେ ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୁରରେ ଏକ ଘର ନେଇ ରହିଲେ। ସେଠାରେ ରହି ସେମାନେ ପୁଣି ଆଉ ଥରେ ରେକି କଲେ। ଏହା ପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ। ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ,ଏହାପରେ ସେମାନଙ୍କୁ ନୂଆ ଡ୍ରେସ, ନୂଆ ଜୋତା ଓ ଦୁଇଟି ନୂଆ ବନ୍ଧୁକ ଦିଆଯାଇଥିଲା, ସେମାନେ ବାଇକ୍ ରେ ଆସିଥିଲେ, ଏହା ପରେ ସେମାନେ ପୀତବାସଙ୍କ ଘର ପାଖରେ ଗାଡି ଅଟକାଇଥିଲେ। ପୀତବାସ ଚ୍ୟାମ୍ବରରୁ ବାହାରିବା ପରେ,ସମୟ ଠିକ୍ ରାତ୍ର ୧୦:୧, ସେମାନେ ପ୍ରଥମେ ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ, ପରେ ପୀତବାସ କିଏ ବୋଲି ପଚାରିବା ପରେ ସେମାନେ ଗୁଳି ଚଳାଇଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇ ସେଠାରୁ ଫେରାର ହୋଈଥିଲେ। ସେଠାରୁ ସିଧା ଯାଇ ଶୀତଳାପଲ୍ଲୀରେ ଡ୍ରେସ୍, ବନ୍ଧୁକ ଓ ଜୋତା ସବୁ ପୋତି ଦେଇଥିଲେ,ସେଠୁ ରାମେଶ୍ବରମ ଅଭିମୁଖେ ଯାଇଥିଲେ, ସେଠାରେ ଗାଡ଼ିଟି ଛାଡ଼ି ବସ୍ ଯୋଗେ ପୁରୀ ପଳାଇ ଯାଇଥିଲେ,ଏମାନଙ୍କୁ ମୋବାଇଲ୍ ବ୍ୟବହାର କରିବାକୁ ମନା କରାଯାଇଥିଲା । ଚିଣ୍ଟୁ ସେଠାରୁ ବେଙ୍ଗାଲୁରୁ ପଳାଇଥିଲେ ଏବଂ କୁରୁପତି ପୁରୀରେ ଜଣକ ଆଶ୍ରୟରେ ରହିଥିଲେ କିନ୍ତୁ ଏଯାଏଁ ବି ସେମାନେ ଫେରାର ଅଛନ୍ତି। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ ୫୦ ଲକ୍ଷ ଆଣିବାର ବ୍ୟବସ୍ଥା ହୋଇଥିଲା। ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଥିବା କହିଛନ୍ତି ବ୍ରହ୍ମପୁର ଏସପି ଡା ଶ୍ରବଣା ବିବେକ ଏମ l SP ଆହୁରି କହିଛନ୍ତି ଯେ,ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ମଧ୍ୟ ରହିଛି, ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧୀକ ଷଡ଼ଯନ୍ତ୍ର ପ୍ରମାଣ ମଧ୍ୟ ମିଳିଛି, ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଜଣ ଫେରାରଥିବା ସୂଚନା ଦେବାସହ ରାଜନୈତିକ ଶତ୍ରୁତା ଏବଂ ପୁର୍ବ ଶତ୍ରୁତା ପାଇଁ ଘଟିଥିବା ଏସ୍‌ପି କହିଛନ୍ତି।

Spread the love