କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପାର୍ବଣ ସମୟରେ ଯାତ୍ରୀ ଭିଡକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀ ସୁରକ୍ଷା ଓ ପରିଷ୍କାର ପରିଚ୍ଛନତା ସହ ବିଭିନ୍ନ ଯାତ୍ରୀଙ୍କ ସେବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରିଛି ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ l ଭାରତୀୟ ରେଳ, ଦେଶ ବ୍ୟାପୀ ଯାତ୍ରୀଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସମୟୋପଯୁକ୍ତ ଯାତ୍ରା ପ୍ରଦାନ ପାଇଁ ମହାଅଭିଆନ ଆରମ୍ଭ କରିଛ ବୋଲି ଆଜି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଠାରେ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ପି କେ ବେହେରା ସୂଚନା ଦେଇଛନ୍ତି l
ଯାତ୍ରୀ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ –
ଭାରତ ସରକାରଙ୍କ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଦିଲ୍ଲୀରେ ଥିବା ଜାତୀୟ ରେଳ ୱାର୍ ରୁମ୍ ମାଧ୍ୟମରେ ଦେଶ ସାରା ଯାତ୍ରୀ ଗତିବିଧି ଓ ସେବା ନିରୀକ୍ଷଣ କରୁଛନ୍ତି। ଏହା ସହିତ ଖୋର୍ଦ୍ଧା ରୋଡ଼ ଓ ଭୁବନେଶ୍ୱର ମୁଖ୍ୟାଳୟ କାର୍ଯ୍ୟାଳୟରେ ମଧ୍ୟ ଉପ-ୱାର୍ ରୁମ୍ ସଂଚାଳିତ ହେଉଛି, ଯେଉଁଠାରେ ବରିଷ୍ଠ ଅଧିକାରୀମାନେ ଲଗାତାର ଯାତ୍ରୀ ଭିଡ଼ ଓ ସେବା ପରିଚାଳନା ଉପରେ ନିରୀକ୍ଷଣ କରୁଛନ୍ତି।
ମୁଖ୍ୟ ଷ୍ଟେସନଗୁଡିକରେ CCTV ମନିଟରିଂ ସିଷ୍ଟମ୍ ଦ୍ୱାରା ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସୁନିଶ୍ଚିତ କରାଯାଉଛି।
ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁବିଧା
ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡ଼ ଭଳି ମୁଖ୍ୟ ଷ୍ଟେସନଗୁଡିକରେ ସଠିକ୍ ଧାଡ଼ି ପ୍ରଣାଳୀ (Queue System) ଲାଗୁ କରାଯାଇଛି। RPF ଓ GRP କର୍ମଚାରୀମାନେ 24 ଘଣ୍ଟା ସେବାରେ ନିଯୁକ୍ତ ରହି ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁରକ୍ଷା ନିଶ୍ଚିତ କରୁଛନ୍ତି। ଅଧିକ ଭିଡ଼ ଥିବା ଷ୍ଟେସନଗୁଡିକରେ Holding Area ବ୍ୟବସ୍ଥା ଦ୍ୱାରା ଯାତ୍ରୀ ଗତିବିଧି ସୁବିଧା ପାଇଁ ଉପଯୋଗ କରାଯାଉଅଛି। ଡାକବାଜି ଓ ପବ୍ଲିକ ଅନାଉନ୍ସମେଣ୍ଟ ମାଧ୍ୟମରେ ଯାତ୍ରୀମାନଙ୍କୁ ଟ୍ରେନ ସମୟସୂଚୀ ଓ ପ୍ଲାଟଫର୍ମ ସୂଚନା ସଠିକ ସମୟରେ ଦିଆଯାଉଅଛି।
ବିଶେଷ ଟ୍ରେନ ସେବା
ପୂର୍ବତଟ ରେଳ ଦ୍ୱାରା ୩୬୭ଟି ବିଶେଷ ଟ୍ରେନ ଚଳାଚଳ କରାଯାଉଅଛି ଯାହା ଉତ୍ସବ ଋତୁରେ ଯାତ୍ରୀ ଭିଡ଼ ପାଇଁ ଆବଶ୍ୟକ। ଦୀପାବଳି ସମୟରେ ଦସପଲ୍ଲା–ପୁରୀ ବିଶେଷ ଟ୍ରେନ ଚଳାଯାଇଥିଲା ଓ ପୁରୀ–ଖୁର୍ଦ୍ଧା ରୋଡ଼ MEMU କୁ ଦସପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଯାତ୍ରୀ ଚାହିଦା ଅନୁଯାୟୀ ଅଧିକ ବିଶେଷ ଟ୍ରେନ ଚଳାପାଇଁ ଯୋଜନା ଚାଲିଛି।
ପରିଚ୍ଛନ୍ନତା ଓ ସ୍ଵଛ ପରିବେଶ
Special Campaign 5.0 ଅନ୍ତର୍ଗତ ମୁଖ୍ୟ ଷ୍ଟେସନଗୁଡିକରେ ବ୍ୟାପକ ପରିଚ୍ଛନ୍ନତା ଅଭିଯାନ ଚାଲୁରହିଛି। ପ୍ଲାଟଫର୍ମ, ଅପେକ୍ଷାାଳୟ, ଶୌଚାଳୟ ଓ ପାନୀୟ ଜଳ ସ୍ଥଳଗୁଡିକୁ ପରିଚ୍ଛନତା ରଖିବା ପାଇଁ ସ୍ଥାୟୀ କର୍ମଚାରୀ ଦଳ ନିଯୁକ୍ତ ଅଛନ୍ତି।ପ୍ଲାଷ୍ଟିକ୍ ମୁକ୍ତ ଷ୍ଟେସନ ଅଭିଯାନ ମଧ୍ୟ ଚାଲୁରହିଛି।
ଯାତ୍ରୀ ସୁରକ୍ଷା ବ୍ୟବସ୍ଥା
RPF ଓ ବାଣିଜ୍ୟ ବିଭାଗ ସଂଯୁକ୍ତ ଭାବେ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଅଭିଯାନ କରୁଛନ୍ତି।
ଅଗ୍ନିଶୀଳ ଓ ବିସ୍ଫୋରକ ଦ୍ରବ୍ୟ (ଯେପରିକି ଆତଶବାଜି) ନେବାକୁ ନିଷେଧ ଜାରି ରହିଛି।
ପାର୍ସଲ୍ ଗୋଦାମ, କ୍ଲକ୍ ରୁମ୍, ପ୍ଲାଟଫର୍ମ ଓ ଯାତ୍ରୀ ଲଗେଜ୍ ଉପରେ ବିଶେଷ ଯାଞ୍ଚ ହେଉଛି। ଯାତ୍ରୀ ଅସୁବିଧା ହେଲେ RPF କିମ୍ବା 139 ହେଲ୍ପଲାଇନ୍ ସଂପର୍କ କରିପାରିବେ।
ପରିଚାଳନା ଓ ସେବାଦକ୍ଷତା
ଉଚ୍ଚ ଯାତ୍ରୀ ଭିଡ଼ ସତ୍ୱେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ବ୍ୟାପକ ପ୍ରସ୍ତୁତି ଜାରିରଖିଛି ।
Crew ବ୍ୟବସ୍ଥାପନ, ରେକ୍ ମ୍ୟାନେଜମେଣ୍ଟ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ସମସ୍ତ ଟ୍ରେନ ଚଳାଚଳ ସମୟମାନ୍ୟ ହେଉଛି।
ଜନସଚେତନତା ଓ ଯାତ୍ରୀ ସଂଯୋଗ
‘ଅମୃତ ସଂଵାଦ’ ଅଭିଯାନ ମାଧ୍ୟମରେ ଯାତ୍ରୀଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯାଉଛି। ପ୍ଲାଟଫର୍ମ ଓ ଷ୍ଟେସନରେ ବ୍ୟାପକ ଘୋଷଣା, ପୋଷ୍ଟର ଓ ପ୍ୟାମ୍ଫ୍ଲେଟ୍ ବିତରଣ ମାଧ୍ୟମରେ ସୁରକ୍ଷା ସଚେତନତା ବୃଦ୍ଧି କରାଯାଉଛି।
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ଏହି ପରିଚାଳନା ଓ ସେବା ଉପଲବ୍ଧି କରାଇବା ପାଇଁ – ଏହି ଉତ୍ସବ ଋତୁରେ ଆମେ ସମସ୍ତେ ମିଶି ସୁରକ୍ଷିତ, ସ୍ୱଚ୍ଛ ଓ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା। ଆମ କର୍ମଚାରୀମାନେ ଦିନ ଓ ରାତି ଅବିରତ ଭାବେ ଯାତ୍ରୀ ସେବା ପାଇଁ ନିଷ୍ଠାପୂର୍ବକ ଅର୍ପିତ ବୋଲି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବେହେରା କହିଛନ୍ତି l