କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ଟିମ୍ ସିଦ୍ଧ ବିନାୟକ ଗଣେଶ ଙ୍କ ଆର୍ଶିବାଦ ନେଇ ଚଳଚ୍ଚିତ୍ର ର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ନାୟକ ଅର୍ଦ୍ଧେନ୍ଦୁ ଓ ନାୟିକ ଏଲିନା ସାମନ୍ତରାୟ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ପ୍ରଡକ୍ସନ ଡିଜାଇନର ମିଲନ କୁମାର ନୂଆସାହି ଗଣେଶ ମଣ୍ଡପ ଯାଇ ଆର୍ଶିବାଦ ନେବା ସହ ଉପସ୍ଥିତ ଦର୍ଶକମାନଙ୍କୁ ଦଶହରାରେ ଓଡ଼ିଆ ଫିଲ୍ମ ଚ୍ୟାଲେଞ୍ଜ ଦେଖିବାକୁ ଅନୁରୋଧ କରିଥିଲେ। ଆଖଣ୍ଡଳମଣି ସେବା ସଦନ ତରଫରୁ ଚ୍ୟାଲେଞ୍ଜ ଟିମ୍ କୁ ସମ୍ମାନୀତ କରିବା ସହ ଶୁଭେଛା ପ୍ରଦାନ କରାଯାଇଥିଲା।
ଟିମ୍ ତରଫରୁ ନିକଟରେ ମୁକ୍ତିଲାଭ କରିଥିବା ଭାଙ୍ଗ ଗୀତରେ ରିଲ୍ସ କରି ଅଧିକ ଭିଉ ଥିବା ଇନଷ୍ଟା ଆଇଡି କୁ ଆକର୍ଷଣୀୟ ପୁରସ୍କାର ସହ ପ୍ରିମିୟର ଦିନ ଚଳଚ୍ଚିତ୍ର କଳାକାରମାନଙ୍କ ସହ ଫିଲ୍ମ ଦେଖିବାର ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଥିଲା।
ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ l ପୂର୍ବରୁ ବ୍ଲାକମେଲ, ଅ ଆ ହର୍ଷଇ ସହିତ ଭିଲେନ୍ ଭଳି ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଛନ୍ତି l ଚ୍ୟାଲେଞ୍ଜ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ଏହା ହେଉଛି ୬ଷ୍ଠ ଅବଦାନ l ଚ୍ୟାଲେଞ୍ଜରେ ମଧ୍ୟ କିଛି ନୂଆ କରିବା ପାଇଁ ମହାଭାରତର ସେଇ ନାମୀ ଦାମୀ ଚରିତ୍ରରେ ଅଭିନୟ କରିଥିବା ପୁନିତ ଇସାର ଓରଫ ଦୁର୍ଯ୍ୟୋଧନଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିବ l