ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରସଲ ପୁର ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର (୬୦) ବିଧବା ମହିଳା ତାହେରା ଖାତୁନ ଓ ତାଙ୍କ ପୁଅ ୱଏସ୍ ଖାଁ କୁ ମିଥ୍ୟା କେଶ୍ ରେ ଫସାଇ ହଇରାଣ କରୁଥିବାର ଅଭିଯୋଗ ହୋଇଛି । ଏ ନେଇ ତାହେରା ଖାତୁନ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଲିଖିତ ଅଭିଯୋଗ ପତ୍ର ପଠାଇଥିଲେ I ସୂଚନା ମୁତାବକ ୧୨ ଏପ୍ରିଲ୍ ୨୦୧୬ ମସିହାରେ ୱେସ ଖାନ୍ କୁ ସଂଘବଧ ଭାବରେ ମରଣାତ୍ମକ ଆକ୍ରମଣ କରିଥିବା ଘଟଣାକୁ ନେଇ ଜେଲ୍ ଦଣ୍ଡ ପାଇଥିବା ବ୍ୟକ୍ତି ମାମା ସେକ୍ ଲତିଫ୍ ଉଦିନ୍ ଗତ ୧୫ ଜୁଲାଇ ୨୦୨୩ ମସିହାରେ ଚାଲୁ ରହିଥିବା କେଶ୍ ରଫା ଦଫା କରି ମାନ୍ୟବର ଅଦାଲତଙ୍କ ଦ୍ଵାରା ଜେଲ୍ ଦଣ୍ଡ ଓ ଜୋରିମାନା ପାଇଥିବାରୁ ଉତ୍ୟକ୍ତ ହୋଇ ନିଜର ସମ୍ପର୍କୀୟ ଭଉଣୀ ନବହାର ବେଗମ୍ କୁ ହାତ ବାରିଶି କରି ବିଦେଶରେ ବା ବାହାରିନ ଦେଶରେ ନିଜ ପରିବାର ସହ ରହୁଥିବା ୱେସ୍ ଖାନ୍ ଙ୍କ ନାଁରେ ତ୍ରିତୋଲ ପୋଲିସ୍ କୁ ହାତ କରି ମିଥ୍ୟା କେଶ୍ କରି ଫସାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ନେଇ ମା ତାହେରା ଖାତୁନ ପୁଅକୁ ନ୍ୟାୟ ଦେବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ପୋଲିସ୍ ନ୍ୟାୟ ଦେବା ବଦଳରେ ଓଲଟି ହଇରାଣ କରିଥିବା ନେଇ ସେ ରାଷ୍ଟ୍ର ପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗପତ୍ର ପାଇବା ପରେ ରାଷ୍ଟ୍ର ପତି ୧୦, ୦୭, ୨୦୨୫ରେ ମୁଖ୍ୟ ଶାସନ ସଚିବ ମନୋଜ ହୁଜାଙ୍କ ନିକଟକୁ ପଦକ୍ଷେପ ନେବା ପାଇଁ ପତ୍ର ସଂଖ୍ୟା ଏମ୍ ୨୦୨୫ / ୦୦୦ / ୩୭୯ରେ ପଠାଇଥିଲେ I ଯାହାକି ଡାଇରି ନଂ ୦୧୯୯୫୭ ଗ୍ରହଣ କରାଯାଇଥିଲା । ଖାତୁନଙ୍କ ଅଭିଯୋଗ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଅଭିଯୋଗକାରୀଙ୍କୁ ତାହା ଜଣାଇବା ପାଇଁ ଏଥିରେ ନି ର୍ଦ୍ଦେଶ ଥିଲା । ମାତ୍ର ଦୁର୍ଭାଗ୍ୟର କଥା ଯେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୃହ ବିଭାଗ ସଠିକ ପଦକ୍ଷେପ ନେବା ପରିବର୍ତ୍ତେ ୧୦ ଜୁଲାଇ ୨୦୨୫ରୁ ୧୬ ଜୁଲାଇ ୨୦୨୫ ମଧ୍ୟରେ ୩ ତଦନ୍ତ କାରୀ ଅଧୂକାରୀଙ୍କୁ ବଦଳାଇ ସାରି ଲାଣି। ପ୍ରଥମ ପର୍ଯ୍ୟାୟରେ ଅଭିଯୋଗକାରିଣୀ ତେ ହେ ର। ଖାତୁନଙ୍କୁ ୧୦.୭.୨୦୨୫ରେ ଅବଗତ କରଯାଇଥିଲା ଯେ ଜଗତସିଂହପୁର ଏସ୍ପି ଭବାନୀ ଶଙ୍କର ଉଦ୍ଗାତାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି।ମାତ୍ର ୧୪, ୦୭, ୨୦୨୫ ରେ କରାଗଲା ଯେ ରାଜ୍ୟ ପୋଲିସ ହେଡକ୍ୱାର୍ଟର ଅତିରିକ୍ତ ଏସପି ଉମାଶଙ୍କର ମହାରଣାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି I
ପୁନର୍ବାର ଅବଗତ କରାଗଲା ଯେ ଜଗତସିଂହପୁର ଡେପୁଟି ପୋଲିସ ସୁପରିଟେଣ୍ଡେଣ୍ଟ ସତ୍ୟ ନାରାୟଣ ପଟ୍ଟନାୟକ ତଦନ୍ତ କରିବେ ।ମାତ୍ର ଅନୁସନ୍ଧାନରୁ ଜଣାପଡିଲା ଯେ ସତ୍ୟନାରାୟଣ ପଟ୍ଟନାୟକ ଦୁଇ ବର୍ଷ ତଳୁ ଅବସର ନେଇସାରିଛନ୍ତି I ଏକଥା ଜାଣିବା ପରେ ତେହେରା ଖାତୁନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଓ ଆଇଜିଙ୍କୁ ଅବଗତ କରାଇ ରାଷ୍ଟ୍ରପତିଙ୍କ ଆଦେଶକୁ କିଭଳି ଉପେକ୍ଷା କରାଯାଇଛି ଦର୍ଶାଇବା ପରେ ଏବେ ବି ନ୍ୟାୟ ପାଇବା ଆଶାରେ ଏନେଇ ବସେଇଛନ୍ତି ପୀଡ଼ିତା।