280

ନାରୀ ନିଆଁରେ ଜଳୁଛି ଡବଲ ଇଂଜିନ: ସମାଜବାଦୀ ପାର୍ଟୀ

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ :୧୨/୦୭: ଭାଜପା ସରକାରରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ। କାଲି ଯାହା ନିମାପଡା ବଳଙ୍ଗା ରେ ହୋଇଛି ତାହା ଛାତ୍ର ସମାଜ ଓ ନାରୀ ସମାଜକୁ ଦୋହଲାଇ ଦେଇଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ ଆଣିଛି। ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡିତ ଛାତ୍ରୀଙ୍କ ଶୀଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ନୂଆ ସରକାର ଆସିବା ପରଠୁ ନାରୀ ସମାଜ ଉପରେ ଅତ୍ୟାଚାର ବଢିଛି। ବ୍ୟଭିଚାର, ହତ୍ୟା ଭଳି ଜଘନ୍ୟ ଖବର ରାଜ୍ୟର ଛବିକୁ ବିଶ୍ବ ସ୍ତରରେ ନିନ୍ଦିତ କରିଛି।

ଓଡିଶାରେ ବଢୁଛି ମହିଳା ଦୁଷ୍କର୍ମ ପ୍ରତିଦିନ ଗାଁ ଠୁ ସହର ଚାରିଆଡେ ମହିଳା ଦୁଷ୍କର୍ମ ଓ ହତ୍ୟାର ଖବର ଜାତୀୟ ଏବଂଅନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ନିନ୍ଦିତ କରିଛି ।ଏଥ୍ ସହିତ ଏବେ ପ୍ରତିଦିନ ଛାତ୍ରୀମାନଂକୁ ପେଟ୍ରୋଲ ଦ୍ବାରା ପୋଡିବା ଘଟଣା ସଭ୍ୟ ସମାଜକୁ ବ୍ୟଥ୍‌ତ କରିଛି । ଭାଜପା ଶାସନର ଏକ ବର୍ଷ ମଧ୍ୟରେ ରାଜ୍ୟ ସାରା ପୁଳା ପୁଳା ଦୁଷ୍କର୍ମ ମାମଲା ରାଜ୍ୟର ଛବି ମଳିନ କରିବା ସହ ଗୃହ ବିଭାଗ ଦାଇତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନୈତିକତକୁ ଖୁର୍ଣ କରିଛି ତେଣୁ ନୈତିକ ଦାଇତ୍ବବୋଧ ନେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବଦଳରେ ଗଣମାଧ୍ୟମରେ ଯୋଜନା ଘୋଷଣା କରିବା ଦୁର୍ଭାଗ୍ୟପୁର୍ଣ ଡବଲ ଇଂଜିନ ଯୋଉଠି ନାରୀ ନିର୍ଯ୍ୟାତନା ସେଇଠି ଦେଶରେ ଯୋଉ ଯୋଉ ରାଜ୍ୟରେ ବିଜେପିର ସାଶନ ଅଛି ସେଇ ରାଜ୍ୟରେ ମହିଳାଙ୍କୁ ଅତ୍ୟାଚାର ଆଉ ହତ୍ୟାର ଶିକାର ହେବାକୁ ପଡୁଛି । ବେଟି ବଚାଓ ବେଟି ପଢ଼ାଓ ନାରା ମୋଦିଜୀଙ୍କ କେବଳ ମିଥ୍ୟା ନିର୍ବାଚନୀ ପ୍ରଚାର ବୋଲି ଏବେ ସ୍ପଷ୍ଟ ହୋଇଛି । ନାରୀକୁ ସୁରକ୍ଷା ଦେଇପାରୁନଥ‌ିବା ସରକାର କ୍ଷମତା ତ୍ୟାଗ କରିବା ଉଚିତ। ରାମ,ରାମ ଜପୁଥିବା ବିଜେପି ରାମଙ୍କ ଚରିତ୍ରକୁ ଗ୍ରହଣ କରି ତାଙ୍କ ଆଦର୍ଶ କୁ ଅନୁସରଣ କରିବା ଉଚିତ ।

ଭୁବନେଶ୍ବରର ଭରତପୁର ଘଟଣା ରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର ଗୋପାଳପୁର, କଟକ,ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ସମେତ ନିକଟରେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଘଟଣା ପରେପରେ ଆଜି ନିମାପଡା ବଳଙ୍ଗାରେ ଜଣେ ନାବାଳିକା ଛାତ୍ରୀକୁ ଦିନ ଦ୍ବିପ୍ରହରରେ ବିଚ ରାସ୍ତାରେ ପେଟ୍ରୋଲ ଢାଳି ଜାଳିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରତିପାଦନ କରୁଛି । ଓଡ଼ିଆ ଅସ୍ମିତା, ବିକଶିତ ଓଡିଶା କଥା କହୁଥିବା ଭାଜପା ସରକାରର ଓଡିଶା ମୁଖୁଆ ଓଡିଶାର ସ୍ବାଭିମାନ ପାଇଁ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ସମାଜବାଦୀ ପାର୍ଟି ।

Spread the love