କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ୍ ପଡିଆରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଯୋଗଦେବେ ରାହୁଲ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପରେ ପିସିସି ଅଫିସରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ରାହୁଲ ।
୩ ଦଶଦ୍ଧି ଧରି ଓଡ଼ିଶାରେ ବିରୋଧୀ ଦଳରେ ଥିବା କଂଗ୍ରେସ ପାଇଁ ରାହୁଲଙ୍କ ଗସ୍ତ ନୂଆ ସଞ୍ଚିବନୀ ଦେଇଛି । ତାସହ ଭକ୍ତ ଦାସ ପିସିସି ସଭାପତି ଦାୟିତ୍ବ ନେବା ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ, ତେଣୁ ଏହା କଂଗ୍ରେସ ସଂଗଠନ ପାଇଁ ବେଶ୍ ଗୁରୁତ୍ବବହନ କରୁଛି ବୋଲି କହିଛନ୍ତି ପିସିସି ସଭାପତି |