276

ଉନ୍ମୋଚନ ହେଲା ଅନନ୍ତା ଚିତ୍ରନାଟ୍ୟ ପୁସ୍ତକ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଅନନ୍ତା ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ର ଚିତ୍ରନାଟ୍ୟ ଓ ସଂଳାପ, ଏକ ପୁସ୍ତକ ମାଧ୍ୟମରେ ପ୍ରକାଶିତ ହୋଇଛି l ଯାହାକୁ ମହାରାଜା ସିନେମା ପ୍ରେକ୍ଷାଳୟରେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର, ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ଅଭିନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଙ୍କ ସମେତ ଅନେକ ନିମନ୍ତ୍ରିତ କବି ଓ ଲେଖକଙ୍କ ଗହଣରେ ଉନ୍ମୋଚନ କରାଯାଇଛି l ଅନନ୍ତା ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଛି l

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତା ଅବଲମ୍ବନରେ ନିର୍ମିତ ଅନନ୍ତା ଚଳଚ୍ଚିତ୍ରକୁ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବ ନିର୍ଦ୍ଦେଶନା ଦେଇଛନ୍ତି l ସଂଳାପ ରଚନା କରିଛନ୍ତି ଡ଼. ରଜନୀ ରଞ୍ଜନ l ପୁସ୍ତକ ପ୍ରକାଶିତ କରିବାର ମୁଖ୍ୟ ଲକ୍ଷ୍ୟ ସମ୍ପର୍କରେ ନିର୍ଦ୍ଦେଶକ କହିଥିଲା, ଯେଉଁ ଦର୍ଶକ ପ୍ରେକ୍ଷାଳୟରେ ଚଳଚ୍ଚିତ୍ରଟି ଦେଖିବାକୁ ସୁଯୋଗ ପାଇନଥିବେ ସେମାନେ ଏହି ପୁସ୍ତକ ପଢି ପୁରା ଚଳଚ୍ଚିତ୍ରଟିକୁ ଦେଖିଲା ଭଳି ଅନୁଭବ କରିପାରିବେ l

ଏହି ଚଳଚ୍ଚିତ୍ରରେ ପ୍ରତ୍ୟେକ ଚରିତ୍ର ନିଖୁଣ ଅଭିନୟ କରି ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇପାରିଛି l ୟା ଭିତରେ ତିନି ସପ୍ତାହ ବିତି ଯାଇଥିବା ବେଳେ ଏବେ ବି ସବୁ ଶୋ’ ହାଉସଫୁଲ୍ ହେଉଛି l ଆମ ମାଟିର କଥା, ଆମ ଗାଁ ପୁଅ ବଳିଦାନର କଥା ଦେଖି ଦେଖିବାକୁ ଦର୍ଶକଙ୍କର ବେଶ ସୁଅ ଛୁଟୁଛି l ମୌଳିକ କାହାଣୀ ପ୍ରତି ଦର୍ଶକ ଙ୍କର ରୁଚି ବଢିଛି ଯାହା ଅନନ୍ତା ଚଳଚ୍ଚିତ୍ର ରୁ ଅନୁମେୟ lଏହି ଅବସରରେ ଲେଖିକା ପ୍ରଫେସର ସଂଘମିତ୍ରା ମିଶ୍ର, ଡ଼ଃ ସୁଷମା ମିଶ୍ର,ପ୍ରବୀଣା ମହାନ୍ତି, ଓଡ଼ିଶା ମିରର ର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ, ଗାଳ୍ପିକ ଅରୁଣ ସାହୁ, କ୍ଷୀରୋଦ ପରିଡା, ପରେଶ ପଟ୍ଟନାୟକ, ସହଦେବ ସାହୁ, କ୍ଷୀରୋଦ ଦାସ, ବବିତା ତ୍ରିପାଠୀ, ପକ୍ଷୀଘର ସମ୍ପାଦକ ବନୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l

Spread the love