କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ରିଲିଜ ହୋଇଛି ଓଡିଆ ଫିଲ୍ମ ‘ଚାରିଧାମ-ଏ ଜର୍ନୀ ୱିଦିନ’ର ପ୍ରଥମ ଅଫିସିଆଲ୍ ପୋଷ୍ଟର । ବହୁ ପ୍ରତୀକ୍ଷା ପରେ ଆସିଛି ଓଡ଼ିଆ ଫିଲ୍ମର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବିଗ ବଜେଟ ଫିଲ୍ମର ପ୍ରଥମ ପୋଷ୍ଟର । ଆସନ୍ତା ଦୁର୍ଗାପୂଜାରେ ଫିଲ୍ମଟି ସାରା ଓଡ଼ିଶାରେ ରିଲିଜ ହେବାର ଯୋଜନା ଅଛି ।
ଓଡିଆ ଫିଲ୍ମ ପୁଣି ଟ୍ରାକ କୁ ଫେରିଛି । ଓଡ଼ିଶା ଲୋକେ ଏବେ ନିଜ ଭାଷାର ଫିଲ୍ମ ଦେଖିବାକୁ ଭଲ ପାଉଛନ୍ତି । ତାହାର ଜ୍ଵଳନ୍ତ ଉଦାହରଣ ଉଦାହରଣ ଥିଲା ଅନୁଭବ ମହାନ୍ତିଙ୍କ ‘କର୍ମ’ । ‘କର୍ମ’ ପରି ଏହି ଫିଲ୍ମ ଓଡ଼ିଶାରେ ଚହଳ ପକାଇବ ବୋଲି ଦର୍ଶକ ନିଜ ମନ୍ତବ୍ୟ ଦେଇଛନ୍ତି ସାମାଜିକ ଗଣ ମାଧ୍ୟମ ଫେସବୁକ୍ ଓ ଇନ୍ସଟାଗ୍ରାମ ମାଧ୍ୟମରେ ।
ଏହି ଫିଲ୍ମରେ ଅନୁଭବଙ୍କ ସହିତ ନଜର ଆସିବେଅନୁରାଧା ପାଣଗ୍ରାହୀ,ମମତା ତ୍ରିପାଠୀ, ସୁକାନ୍ତ ରଥ, ଆଶିଷ କୁମାର ଦାସ (ଗୁଲୁୁଆ), ପ୍ରଦ୍ୟୁମ୍ନ ଲେଙ୍କା ଓ ଅନ୍ୟ ଲୋକପ୍ରିୟ କଳାକାର । କ୍ୟାମେରା କୁଇନ ପ୍ରଡକ୍ଶନର ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ହିମାଦ୍ରି ତନୟ ଦାସ । ନିର୍ଦେଶକ ତାପସ ସରଘରିଆଙ୍କ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଅଖିଲ୍ ରାଉତରାୟ, ଓ ସଂଳାପ ଲେଖିଛନ୍ତି କୁମାରଶ୍ରୀ ସାହୁ । ବୈଦ୍ୟନାଥ ଦାଶ ଓ ସୋମେଶ ଶତପଥି ଭାବରେ ସଙ୍ଗୀତ ନିର୍ଦେଶନା ଦେଉଥିବା ବେଳେ ଫିଲ୍ମର ଡାନ୍ସ କୋରିଓଗ୍ରାଫର ଅଛନ୍ତି ଗିରିଶ ମହାନ୍ତି । ଡିଓପି ସୁବ୍ରତ ଖାଟୋଇ ଓ ଚିତ୍ରନାଟ୍ୟ ଦେଇଛନ୍ତି ସୁରେଶ ପଟ୍ଟନାୟକ ।
ପ୍ରଥମ ପୋଷ୍ଟରରେ ଭାରତର ଚାରିଧାମର ଫଟୋ ସ୍ଥାନ ପାଇଥିବା ବେଳେ ଏହାର ଟ୍ୟାଗଲାଇନ ଦର୍ଶକଙ୍କ ମନକୁ ଛୁଇଁଛି । ଚିରାଚରିତ କାହାଣୀ ଠାରୁ ଭିନ୍ନ ଏହି ଫିଲ୍ମର ଶୁଟିଂ ଓଡ଼ିଶା ସହ ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ହେଉଛି ଓ ଆସନ୍ତା ଦୁର୍ଗାପୂଜାରେ ଫିଲ୍ମଟି ସାରା ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଫିଲ୍ମର ଟିମ୍ କହିଛି ।