କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସାରସ୍ବତ ତୀର୍ଥକ୍ଷେତ୍ର ବାଜପୁରର ଗରିମା ଅକ୍ଷୁର୍ଣ୍ଣ ରଖିବାକୁ ଉପସ୍ଥିତ ଅତିଥିମାନେ ବାଜପୁର ଯୁବକ ସଂଘ ପକ୍ଷରୁ ଆୟୋଜିତ ରଜ ମହୋତ୍ସବର ଉଦ୍ଯାପନ ଉତ୍ସବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସଂଘର ସଭାପତି ସୁଶାନ୍ତକୁମାର ସାହୁଙ୍କ ସଭାପତିତ୍ବରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଜପୁର ଗ୍ରାମରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ହଜିଯାଉଥିବା ପରମ୍ପରାର ପୁନରୁଦ୍ଧାର କରିବା ଦିଗରେ ଯୁବକ ସଂଘ ଗୁରୁ ଦାୟିତ୍ବ ନିଭାଉଥିବା କହିଥିଲେ।
ମୁଖ୍ୟବକ୍ତା ରୂପେ ସରପଞ୍ଚ କେଦାରେଶ୍ବର ପୃଷ୍ଟି, ସମ୍ମାନିତ ବକ୍ତା ରୂପେ ସମିତି ଇଂ ଦ୍ବାରିକାନାଥ ମହାନ୍ତି, ସୋଫିଟୋରିୟମ୍ର ଅଧ୍ୟକ୍ଷ ହିମାଂଶୁମୋହନ ପାଢ଼ୀ, ଆଇନଷ୍ଟାଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତକୁମାର ବିଶୋୟୀ, ଜିଆଇଇଟିର ଉପାଧ୍ୟକ୍ଷ ଡ଼.ଜ୍ୟୋତିପ୍ରକାଶ ମିଶ୍ର ଓ ସମ୍ମାନିତ ଅତିଥି ରୂପେ କଣାସ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼.ଗୁରୁଚରଣ ମହାପାତ୍ର, ‘ସମାଜ’ର ବରିଷ୍ଠ ସହ ସମ୍ପାଦକ ସୁଜିତ ମିଶ୍ର ପ୍ରମୁଖ ଯୋଗଦେଇ ନାନା ସମସ୍ୟା ଦେଇ ଗତି କରୁଥିବା ବାଜପୁରର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ।
ପ୍ରାରମ୍ଭରେ ସହକାରୀ ଶିକ୍ଷକ ତଥା ସମ୍ପାଦକ ମୀନକେତନ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷୀେର ବରିଷ୍ଠ ନାଗରିକ ନିକୁଞ୍ଜକିଶୋର ପଟ୍ଟନାୟକ, ରାମଚନ୍ଦ୍ର ଷଡ଼ଙ୍ଗୀ, ସନାତନ ସାହୁ, କ୍ଷେତ୍ରବାସୀ ସାହୁ, ସୟଦୁ ମହମ୍ମଦ ଓ ରାଧାବଲ୍ଲଭ ରାୟ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ନୃସିଂହନାଥ ମିଶ୍ର, ଅବସରପ୍ରାପ୍ତ ସେସୁ କର୍ମଚାରୀ ଅକ୍ଷୟକୁମାର ଦାଶ, ‘ସମାଜ’ ଏଜେଣ୍ଟ ନୃସିଂହନାଥ ଦାଶ, ସୋମନାଥ ପଟ୍ଟନାୟକ ଓ ସାରଙ୍ଗଧର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ଜୟଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।