କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତା ଅବଲମ୍ବନରେ ନିର୍ମାଣ ହୋଇଥିବା ଅନନ୍ତା ଚଳଚ୍ଚିତ୍ରଟିକୁ ବ୍ୟାସକବିଙ୍କ ଅଣ ନାତୁଣୀ ମୋନିକା ଦାସ ଦେଖି ଢେର ପ୍ରଶଂସା କରିଥିଲେ l ତାଙ୍କ ମୁହଁର ପ୍ରସନ୍ନତା ଆମ ପାଇଁ ବ୍ୟାସକବିଙ୍କ ଆଶୀର୍ବାଦ ବୋଲି କହିଥିଲେ ନାୟକ ସବ୍ୟସାଚୀ ମିଶ୍ର l ଆଉ ତା ସହିତ ଜଣେ କୁନି ଦର୍ଶକ ଯେମିତି ଅନନ୍ତା କଥା କହିଥିଲେ ତାହା ଆମ ଉପଲବ୍ଧି… ଏହା ଆରମ୍ଭ ମାତ୍ର l
ତେବେ ସାରା ଓଡ଼ିଶାରେ ୪୦ଟି ସିନେମା ହଲ୍ ରେ ଅନନ୍ତା ମୁକ୍ତିଲାଭ କରିଥିବା ବେଳେ ସବୁ ଶୋ ହାଉସ ଫୁଲ୍ ଚାଲିଛି l ସବ୍ୟସାଚୀ ମିଶ୍ର ଙ୍କ ନିଖୁଣ ଅଭିନୟ ସମସ୍ତ ଦର୍ଶକଙ୍କୁ ଆରମ୍ଭରୁ ଢେର ମନୋରଞ୍ଜନ ଯୋଗାଉଥିବା ବେଳେ ଶେଷ ଦୃଶ୍ୟଟି ବେଶ ଦୁଇ ଧାର ଲୁହ ଗଡ଼ାଇ ଦେଉଛି l ପ୍ରାୟ ଏକଶତ ବର୍ଷ ତଳର ଗପ ଯେ ଏତେ ବେଶୀ ଦର୍ଶାକାଦୃତ ହେବ ତାହା କଳନା ବାହାରେ ଥିଲା l ଏଥିରୁ ସ୍ପଷ୍ଟ ଅନୁମେୟ, ଦର୍ଶକ ଏବେ ଉଦ୍ଭଟ୍ଟ ଚିନ୍ତାଧାରା ର କାହାଣୀ ଦେଖିବାକୁ ପସନ୍ଦ କରୁନାହାଁନ୍ତି l
ଚଳଚ୍ଚିତ୍ର ଅନନ୍ତାର ନିର୍ଦ୍ଦେଶନା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ପୁଅ କୁମାର ସି ଦେବ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମହନୋତ ଏବଂ ଅର୍ଚ୍ଚିତା ସାହୁ । ଅନନ୍ତା ଭୂମିକାରେ ନାୟକ ସବ୍ୟସାଚୀ ମିଶ୍ର, ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଆହୁରୀ ଅନେକ କଳାକାର ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ଚିତ୍ରତ୍ତୋଳନ କରିଛନ୍ତି ହୁଏତସାଙ୍ଗ ମହାପାତ୍ର ।
ପୂର୍ବରୁ ସବ୍ୟସାଚୀ ମହାପାତ୍ରଙ୍କର ସବୁ ମାୟାରେ ବାୟା, ବୋଉ, ଶ୍ରୀ ଜଗନ୍ନାଥ, ବାହୁଡ଼ିବେ ମୋ ଜଗବଳିଆ, ଭୁଖା, ଝିଲି, ଶଳାବୁଢ଼ା, ଆଦିମ ବିଚାର, ପାହାଡ଼ ର ଲୁହ ଇତ୍ୟାଦି ଚଳଚ୍ଚିତ୍ରଗୁଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। ତେବେ ରଜ ରେ ସବ୍ୟସାଚୀ ଙ୍କ ଅନନ୍ତା କୁ ଓଡ଼ିଆ ସିନେ ଦର୍ଶକ ଦେଖିବେ ଏବଂ ମନୋରଞ୍ଜନ ପାଇବେ ଏଥିରେ ସ ତନ୍ଦେହ ନାହିଁ l
ଅନନ୍ତାର ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ l ରଜ ଉପଲକ୍ଷେ ଚଳିତ ବର୍ଷ ଅନନ୍ତା, ଓଡ଼ିଆ ଦର୍ଶକଙ୍କ ପାଇଁ ନିଶ୍ଚିତ ଭାବେ ଏକ ଭଲ ଉପହାର l