କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ସୁନାକୁ ଏକ ଶୁଭ ଧାତୁ ଭାବେ ବିବେଚନା କରାଯାଉଥିବା ବେଳେ ଅହେତୁକ ସୁନା ଦର ଚିନ୍ତାର କାରଣ ପାଲଟିଛି । ବିଶେଷ କରି ନାରୀମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ସୁନା ଆଭୂଷଣ । ନାରୀମାନଙ୍କ ମଧ୍ୟରେ ସୁନାକୁ ନେଇ ଅହେତୁକ ଦୁର୍ବଳତା ରହିଥାଏ । ହେଲେ ଏବେ ସୁନା କିଣିବା ମାତ୍ରେ ପ୍ରଥମେ ଦର କେତେ ଅଛି ଜାଣିବାକୁ ପଡୁଛି । ସୁନାକୁ ନେଇ ମୂଲ୍ୟ ପ୍ରତିଦିନ ସମାନ ଦର ରହୁନାହିଁ । ରୁୁଷ-ୟୁକ୍ରେନ ଯୁଦ୍ଧ ଓ ଆମେରିକା ସେୟାର ବଜାରରେ ମାନ୍ଦାବସ୍ଥା ପରେ ସୁନା ମୂଲ୍ୟ ପୁଣି ବୃଦ୍ଧି ପାଇଛି ।
ତେବେ ବର୍ତମାନ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର:
ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୯୯,୭୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୪୫୦ ଟଙ୍କା (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
କୋଲକାତା: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୯,୬୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୩୦୦ ଟଙ୍କା (୧୦ ଗ୍ରାମ ପିଛା)
ଭୁବନେଶ୍ୱରରେ ରୁପା ୧ କେଜି ପିଛା ୧,୦୪,୦୦୦ ଟଙ୍କା ରହିଛି । ଗତ କାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯ ହଜାର ୧୭୦ ଟଙ୍କା ଥିବା ବେଳେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୪୩୦ ଟଙ୍କା ବୃଦ୍ଧି ପାଇ ୯୯,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ଦର ଗତ କାଲି ୧୦ ଗ୍ରାମ ପିଛା ୯୦,୯୦୦ ଟଙ୍କା ଥିବା ବେଳେ ଆଜି ୪୦୦ ଟଙ୍କା ବୃଦ୍ଧି ପାଇ ୯୧ ହଜାର ୩୦୦ ଟଙ୍କା ହୋଇଛି । ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୪,୩୮୦ ଟଙ୍କା ଥିବା ବେଳେ ଆଜି ୩୨୦ ଟଙ୍କା ବଢି ୭୪,୭୦୦ ଟଙ୍କାରେ ପହଞ୍ଚିଛି ।