325

ନିପାତ ହେଲେ ଆଉ ଜଣେ ମାଓ ନେତା!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ-ମାଓବାଦୀ । ଛତିଶଗଡ ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ହୋଇଛି ଗୁଳି ବିନିମୟ । ଏନକାଉଣ୍ଟରରେ ନିହତ ହୋଇଛି ଜଣେ ହାର୍ଡକୋର ମାଓ ନେତା, ଯାହାର ନାଁ ସୁଧାକର ଏବଂ ତା ମୁଣ୍ଡରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ଡିଆରଜି କୋବ୍ରା ଓ ଏସଟିଏଫ ଯବାନଙ୍କ ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ହାର୍ଡକୋର ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଡିଆରଜି କୋବ୍ରା ଓ ଏସଟିଏଫ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଜି ଭୋର୍‌ରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଏଥିରେ ମାଓ କ୍ୟାଡରର ସେଣ୍ଟ୍ରାଲ କମିଟି ସଦସ୍ୟ ସୁଧାକର ନିହତ ହୋଇଛି । ସେ ଜଣେ ମୋଷ୍ଟୱାଣ୍ଟେଡ ମାଓ ନେତା ଥିବା ଜଣାପଡିଛି ।

ଗତ କିଛି ଦିନ ହେବ ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିପାତ ଅଭଯାନ । ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ହାର୍ଡକୋର ମାଓବାଦୀ ଓ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଗତ ମାସରେ ସୁରକ୍ଷାବାହିନୀର ଏକ ବଡ଼ ଅପରେସନରେ ଶୀର୍ଷ ମାଓନେତା ବାସବରାଜୁ ନିହତ ହୋଇଥିଲା । ଏକା ମାଡ଼କେ ଏହି ଟପ୍ ମାଓନେତା ସମେତ ୩୦ ଜଣ ମାଓବାଦୀ ସଫା ହୋଇଯାଇଥିଲେ ।

 

 

 

 

Spread the love