13

ଖୁବ ଶୀଘ୍ର ଆରମ୍ଭ ହେବ ଆଣ୍ଟି ଡ୍ରୋନ ପ୍ରକ୍ରିୟା: ଆଇନ ମନ୍ତ୍ରୀ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଶ୍ରୀମନ୍ଦିରକୁ ନେଇ ବାରମ୍ବାର ଆସୁଛି ବିବାଦୀୟ ଘଟଣା | ପୁଣି ସାମାଜିକ ଗଣମାଧ୍ୟମ ରେ ଘୁରିଲା ଶ୍ରୀମନ୍ଦିର ଡ୍ରୋନ୍ ଫୂଟେଜ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି। ‘ଷ୍ଟୋରୀ ବାଏ ନରୁ ଗୋପାଳ’ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି |

ଡ୍ରୋନ୍ ଉଡିବା ଭାଇରାଲ୍ ଭିଡିଓରେ ଜଣେ ଚୁନରା ସେବକ ସାମ୍ନାକୁ ଆସିଛନ୍ତି। ଚୁନରା ସେବକ ବାନା ଧରି ନମସ୍କାର ମୁଦ୍ରାରେ ରହିବା ଏବଂ ଶ୍ରୀମନ୍ଦିର ଉପରକୁ ଚଢି ୧୪ ହାତିଆ ମୁଖ୍ୟ ବାନା ବାନ୍ଧିବା ସମୟର ସ୍ପଷ୍ଟ ଦୃଶ୍ୟ ଡ୍ରୋନରେ କଏଦ୍ ହୋଇଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ବ୍ୟାନ୍ ହୋଇଥିବା ବେଳେ ଖୋଲମଖୁଲା ଡ୍ରୋନ୍ ଉଡ଼ାଇ ଏବଂ ସ୍ପଷ୍ଟ ଚିତ୍ର କଏଦ୍ କରି ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି। ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି, ଅନେକଗୁଡିଏ ଦୋଷ ତ୍ରୁଟି ସାମନାକୁ ଆସୁଛି। ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା ଓ ଭକ୍ତଙ୍କ ସୁଗମତାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଏସବୁ ପାଇଁ ଯେଉଁ ଆବଶ୍ୟକତା ରହିଛି ତାକୁ ନେଇ କାମ ଆରମ୍ଭ କରିଛୁ। ବହୁତ ଶୀଘ୍ର ତା’ର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

 

 

Spread the love