15

ବଦଳିଯିବ ମାଷ୍ଟର କ୍ୟାଣ୍ଟିନର ନାଁ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଆଉ ରହିବନି ମାଷ୍ଟର କ୍ୟାଣ୍ଟିନ ନାଁ । ପରିବର୍ତ୍ତନ ହେବ ରାଜଧାନୀର ପ୍ରମୁଖ ଛକ ମାଷ୍ଟର କ୍ୟାଣ୍ଟିନର ନାମ | ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଅନୁସାରେ “ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଛି ।” ତେବେ ନାଁ ପରିବର୍ତ୍ତନ ହେଲେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ନାମିତ କରାଯାଇପାରେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଭୁବନେଶ୍ୱରର ଏକ ପ୍ରମୁଖ ଛକ ହେଉଛି ମାଷ୍ଟର କ୍ୟାଣ୍ଟିନ । ସୂଚନାଯୋଗ୍ୟ, ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଆସିଥିବା ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ ‘ମୋ ବସ’ର ନାଁ ପରିବର୍ତ୍ତନ କରାଯାଇ ‘ଆମ ବସ’ ରଖାଯାଇଥିଲା । ତେବେ ଆଗାମୀ ଦିନରେ ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ହେଲେ କେଉଁ ନାଁ ରଖାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

 

Spread the love