ଖୋର୍ଦ୍ଧା (ରିପୋର୍ଟର – ସଂଗ୍ରାମ ରଣା, ଚିଲିକା): ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ କ୍ଷେତ୍ରମୋହନ ଜଗଦୀଶ ଚନ୍ଦ୍ର ତରେଇ ଙ୍କ ତତ୍ୱବାଧାନରେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇ, ଉପ ନିରୀକ୍ଷକ ଅମରେନ୍ଦ୍ର କୁମାର ଶତପଥି, ଜିଲ୍ଲା ଭ୍ରାମ୍ୟମାଣ ଉପ ନିରୀକ୍ଷକ ସୁଜିତ କୁମାର ନାଗ ଜିଲ୍ଲା ପୋଲିସ ଫୋର୍ସ, ବାଣପୁର ପୋଲିସ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅନ୍ତର୍ଗତ କୋଶରଡ଼ା ଓ ଶାଳିଆଡ୍ୟାମ ଅଞ୍ଚଳରେ ଚଢ଼ାଉ କରି ୭୦୦୦ ଲିଟର ମହୁଲ ପୋଚ, ୨୦୦୦ ଲିଟର ଦେଶୀମଦ ଓ ବ୍ୟବହୃତ ସାମଗ୍ରୀ ସବୁ ନଷ୍ଟ କରାଯାଇଛି। ଏହାପରେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ୩୦୭ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବାସହ ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଯଥା କୃଷ୍ଣ ମୋହନ ସାହୁଙ୍କ ଠାରୁ ୧୦୧ ଲିଟର ଗୀତାଞ୍ଜଳି ସାହୁ ଙ୍କ ଠାରୁ ୧୦୪ ଲିଟର ଓ କିଶୋର ସାହୁ ଙ୍କ ଠାରୁ ୧୦୧ ଲିଟର ଏହି ତିନି ଜଣଙ୍କ ଠାରୁ ଦେଶୀ,ବିଦେଶୀ, ଓ ଆସ୍କା ୪୦ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ୪୫/୨୫, ୪୬/୨୫, ୪୭/୨୫ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।
ଏହି ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଏସଆଇ ସୁନିତା ମହାରଣା,ସଞ୍ଜୟ କୁମାର ସୁବୁଦ୍ଧି,ଏଏସଆଇ ସଞ୍ଜୟ କୁମାର ରାଉତ,ମୀନକେତନ ମହାଲିକ,କନେଷ୍ଟବଳ ଅଶେଷ ପ୍ରଧାନ,ରଞ୍ଜିତ ପଟେଲ,ମନୋଜ କୁମାର ଜୟସିଂ,ବିକାଶ କୁମାର ରାଉତ,ସସ୍ମିତା ସେଠୀ,କାଳୁ ପ୍ରଧାନ ପ୍ରମୁଖ ସାମିଲ ରହିଥିବା ବେଳେ ବାଲୁଗାଁ ପୋଲିସ ଓ ଜିଲ୍ଲା ପୋଲିସ ସାମିଲ ଥିଲେ। ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଂଚଳର ଗିରଫ ହୋଇଥିବା ଦୁଇଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରି ମାନ୍ୟବର ଅଦାଲତ ରେ ହଜାର କରାଯାଇ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କାରାଗାର କୁ ପଠାଗଲା।