13

ଏବେ ମଧ୍ୟବିତ୍ତଙ୍କୁ ଘର ଦେବେ ରାଜ୍ୟ ସରକାର!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ମଧ୍ୟବିତ୍ତଙ୍କ ଘର ସ୍ବପ୍ନ ପୂରା କରିବେ ରାଜ୍ୟ ସରକାର । ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ MIG, LIG, LIG -1, MIG -2 ଘର । ତେବେ ଏହି ଘରର ଦାମ୍ ୧୫ରୁ ୫୦ ଲକ୍ଷ ଟଙ୍କା ରହିବ । ଲଟେରି ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ଘର ପାଇଁ କେଉଁମାନେ ଯୋଗ୍ୟ ବିବେଚିତ ହେବେ ସେନେଇ ଗାଇଡଲାଇନ୍ ଆସିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଟେଣ୍ଡର କରି ଭୁବନେଶ୍ବର ଉପକଣ୍ଠ ଅଞ୍ଚଳରେ ପିପିପି ମୋଡରେ ଘର ତିଆରି କରିବାକୁ ସରକାର ସ୍ଥିର କରିଛନ୍ତି । କୋପରେଟିଭ ବ୍ୟାଙ୍କ ଘରଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ EMI ସଂଗ୍ରହ ଦାୟିତ୍ବ ନେବ । କଟକରେ ମଧ୍ୟ ଲୋକଙ୍କୁ ଘର ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମହାନଗର ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ସରକାର ଚିନ୍ତା କରୁଛନ୍ତି ।

ସେହିପରି ସହର ଭିତରେ ଭଡ଼ାଘର ତିଆରି କରିବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଏହାସହ ଟାଉନ ପ୍ଲାନିଂ ବା TP ସ୍କିମ୍‌ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ସ୍ୱେରେଜ, ଡ୍ରେନେଜ୍‌, ରୋଡ୍‌, ଲାଇଟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ସରକାର ଯୋଗାଇଦେବେ । ଭୁବନେଶ୍ୱର ଓ କଟକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ପୁରୀରେ ମଧ୍ୟ କରିବା ପାଇଁ ଯୋଜନା ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 

 

 

 

 

 

Spread the love