କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ରହିବେ ନାହିଁ ଅଣ ନାଗରିକ । ରାଜ୍ୟରୁ ବାଂଲାଦେଶୀଙ୍କୁ ହଟାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ସହ ଆଲୋଚନା ହୋଇଛି ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ ଏଜେନ୍ସୀରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ । ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ଅନ୍ୟ ପଟେ ବାଂଲାଦେଶୀଙ୍କ ହଟସ୍ପଟ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ରାଜ୍ୟକୁ ବେଆଇନ ଭାବରେ ରହୁଥିବା ବାଂଲଦେଶୀ ଖୁବଶୀଘ୍ର ବିଦା ହେବେ । ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପରେ ନୋଡାଲ୍ ଏଜେନ୍ସୀ ଭାବରେ ଦାୟିତ୍ବ ନେଇଛି ଏସଟିଏଫ୍ । ସେମାନଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସମସ୍ତ ଏଜେନ୍ସୀକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ଚାଲିଛି ।