6

ପ୍ରଥମ ସ୍ତ୍ରୀ ଖୋଲିଦେଲେ ଲବଙ୍କ କଳା ସତ! ୨୦୧୪ ରୁ ବିବାହିତ ଲବ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ସରଳ ଅଧିବାସୀ ଚେହେରା ପଛରେ ରହିଥିଲା କି ସୈତାନ୍ ମଣିଷ? ପେଷା ୟୁଟୁବ୍ ନିଶା ଝିଅଙ୍କ ସହ ଖେଳ ଖେଳିବା। ୟୁଟୁବ୍ ଟଙ୍କାରେ ଝିଅଙ୍କୁ ପ୍ରେମ ଜାଲରେ ଫେସେଇ ଦେଉଥିଲେ କି ମାନସିକ ଯନ୍ତ୍ରଣା? ହଁ ଆଜ୍ଞା,ୟୁଟ୍ୟୁବର ଲବ ହାଂସଦାଙ୍କୁ ନେଇ ଏବେ ସେମିତି କିଛି ସାଙ୍ଘାତିକ କଥା ପଦାକୁ ଆସିବାରେ ଲାଗିଛି।

ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଏବେ ଲବ ହାଁସଦାକୁ ପୋଲିସ ଖୋଜୁଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଥମ ପତ୍ନି। ଲବ ବିବାହିତ ହୋଇଥିବା ବେଳେ ତାଙ୍କର ପତ୍ନୀ ଆଉ ଝିଅ ଥିବା ଏବେ ଜଣା ପଡିଛି। ପ୍ରଥମ ପତ୍ନି ଧରା ପକାଇ ଦେଇଛନ୍ତି ଲବଙ୍କ ଚଲାକି। ୟୁଟୁବରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲବ ଗରିବୀ ସହ ନୀତି ଲଢେଇ କରୁଥିବା ସ୍ତ୍ରୀ ଝିଅଙ୍କୁ ଟଙ୍କାଟେ ପଇସା ଦେଖାଉ ନାହାନ୍ତି। ୨୦୧୪ ମସିହାରେ ସାନ କୁସୂପଦାରେ ବିବାହ କରିଥିଲେ, ବିବାହର ୨ ରୁ ୩ ବର୍ଷ ପରେ ତାଙ୍କର ଝିଅଟିଏ ହୋଇଥିଲା। ହେଲେ ୟୁଟୁବ ନିଶାରେ ସ୍ତ୍ରୀ ପିଲାଙ୍କୁ ଛାଡ଼ି ଦେଶ ବିଦେଶ ବୁଲିଲେ, ପାପୁଲାର ହେଲେ ଟଙ୍କା କମେଇଲେ ହେଲେ ସ୍ତ୍ରୀ ଝିଅକୁ ପଚାରି ନଥିଲେ ଲବ। ନାଁ ଟଙ୍କା ଦେଉଥିଲେ ନାଁ ସ୍ତ୍ରୀ ପିଲାଙ୍କ ସହ କୌଣସି ଯୋଗାଯୋଗ କରୁଥିଲେ। ଶେଷରେ ବାଧ୍ୟ ହୋଇ ବାପଘରେ ନିଜ ଝିଅକୁ ଧରି ପଡ଼ି ରହିଛନ୍ତି ପତ୍ନୀ।

ଏପଟେ ପଇସା ଓ ପପୁଲାରିଟି ପାଇ ଏତେ ଅହଙ୍କାରୀ ହେଲେ ଯେ ଏକାଧିକ ଝିଅଙ୍କ ସହ ତାଙ୍କର ସମ୍ପର୍କ ଚର୍ଚ୍ଚା ମଧ୍ୟ ହୁଏ। ପ୍ରେମିକା ସୋଲମୀ ମୁର୍ମୁଙ୍କୁ ମଧ୍ୟ ସେ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଲବ ହାଁସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି । ହାତୀର ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ ପରି ଏବେ ଲବଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି କୁହାଯାଉଛି। ସରଳ ଆଦିବାସୀଙ୍କ ମୁଖା ପିନ୍ଧି , ନିଜ ସଂଘର୍ଷ କଥା କହି କୋଟି କୋଟି ଲୋକଙ୍କୁ ପ୍ରଭାବିତ କରୁଥିବା ଇନଫ୍ଲୁଏଁସର୍ ଯେ ଜଣେ ନାରୀ ଅତ୍ୟାଚାରୀ ତାହା କିଏ ବା କେମିତି ଭାବି ପାରିଥାନ୍ତା? ଏବେ ଲବ୍ ଙ୍କୁ ପୋଲିସ ଖୋଜୁଥିବା ବେଳେ ତାଙ୍କ ମୁହଁରୁ ସତ ଓଗାଳିବାକୁ ଦାବୀ ଉଠିଛି।

Spread the love