125

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୬ ପ୍ରସ୍ତାବକୁ ମିଳିଛି ଅନୁମୋଦନ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୬ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି ବୋଲି କ୍ୟାବିନେଟ ବୈଠକ ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

ଏହି ନୂତନ ନିୟମ ଫଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ସଂରକ୍ଷଣ ନିୟମ ଲାଗୁ କରିବା ନେଇ ଘୋଷଣା କରାଯାଇଛି। ଏହି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ ସୁବିଧା ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ପୂର୍ବରୁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ତାହା ବଳବତ୍ତର ରହିବ।

 

 

Spread the love