5

Jagannath Temple will be protected with Armed Vehicle: ଶ୍ରୀମନ୍ଦିର ଜଗିବ ଆର୍ମଡ଼ ଭେଇକିଲ!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଶ୍ରୀମନ୍ଦିର ସମ୍ମୁଖରେ ସୁରକ୍ଷା ପାଇଁ ମୁତୟନ ହେଲା ଆର୍ମଡ ଭେଇକିଲ | ଡିଜିପି ଓ୍ବାଇ ବି ଖୁରାନିଆଙ୍କ ଉପସ୍ଥିତିରେ ହୋଇଛି ଏପରି ବ୍ୟବସ୍ଥା । ସମସ୍ତ ସୁରକ୍ଷା ଦିଗକୁ ନେଇ ମଧ୍ୟ୍ୟ ଅନୁଧ୍ୟାନ କରିଛନ୍ତି ନିଜେ ଡିଜିପି। ବିଶେଷକରି ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ଘଟିବ ତାହା ହେଲେ ତାକୁ କିଭଳି ପ୍ରତିହତ କରାଯିବ ତା ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ ।

ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଆସୁଥିବାରୁ ସେଥିପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥାକୁ ନେଇ ମଧ୍ୟ ଡିଜିପି ଅନୁଧ୍ୟାନ ଅନୁଧ୍ୟାନ କରିଛନ୍ତି । ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ଟ୍ରାଫିକ ବ୍ୟବସ୍ଥା ଓ ଭିଡ ନିୟନ୍ତ୍ରଣ ତଥା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୁରୀ ଏସ୍ ପିଙ୍କ କାର୍ଯ୍ୟାଳୟ ପରିସରରେ ସମୀକ୍ଷା କରାଯାଇଛି। ବୈଠକରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିବା ଜଣାପଡିଛି। ଆଡିସନାଲ ଡି ଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଅମିତାଭ ଠାକୁର, ଦୟାଲ ଗଙ୍ଗଓ୍ଵର, ପ୍ରବୀଣ କୁମାର, ଅନୁପ ସାହୁ, ପିନାକ ମିଶ୍ର, ଏସ ପି ଭିନିତ ଅଗ୍ରୱ।ଲ ଯୋଗଦାନ କରିଥିଲେ ।

 

 

 

Spread the love