କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ନାଜିବାଦ ବିରୁଦ୍ଧରେ ରୁଷ ର ବିଜୟ ର ଅଶୀ ତମ ବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି| ଏଥିପାଇଁ ମଇ ୯ ତାରିଖ ରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି | ଏହି ଆୟୋଜନ ରେ ଜଣେ ମହାନ ଓଡ଼ିଆଙ୍କ ଅବଦାନ କୁ କୃତଜ୍ଞତା ସହ ମନେ ପକାଇଛି ରୁଷ | ସେ ଓଡ଼ିଆ ବୀର ହେଉଛନ୍ତି ଆମର ପ୍ରିୟ ନେତା ପ୍ରବାଦ ପୁରୁଷ ବିଜୁ ପଟନାୟକ|
ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ବିଜୁ ବାବୁ ଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମ ର ଗାଥା ଆଜି ପୂଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀ ର ରୁଷ ଦୁତାବାସ, ରୁଷିଆ ହାଉସ ର ବର୍ଣାଢ୍ୟ ପରିବେଶରେ| ଷ୍ଟାଲିନ ଗ୍ରାଡ଼ ଅଭିଯାନ ରେ ବିଜୁବାବୁଙ୍କ ଅବଦାନ କୁ ସମ୍ମାନ ଜଣାଇ ବାକୁ ରୁଷିଆ ହାଉସ ରେ ଆଜି ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ | ଏଥରେ ମୁଖ୍ୟଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳ ର ସଭାପତି ନବୀନ ପଟନାୟକ ଭାରତରେ ରୁଷ ର ରାଷ୍ଟ୍ରଦୂତ ମହା ମହିମ ମିଃ ଡେନିସ ଅଲିପୋବ ଙ୍କ ମହାର୍ଘ୍ୟ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ.
ଏହି ଅବସରରେ ମହାନାୟକ ବିଜୁ ପଟନାୟକ ଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ ପଟନାୟକ କହିଥିଲେ ଯେ ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ.ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ ରେ ଅବରୁଦ୍ଧ ରୁଷ ସେନା କୁ ଅସ୍ତ୍ର ଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ରୁଷ ର ବିଜୟ କୁ ସୁଗମ କରି ବିଶ୍ୱ କୁ ବିପର୍ଯୟ ରୂ ବଞ୍ଚାଇଥିଲେ ଥିଲେ ତାହା ଅନନ୍ୟ.ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ନବୀନ କହିଥିଲେ|
ଏହି କାର୍ଯ୍ୟକ୍ରମ ରେ ରୁଷ ଦୁତାବାସ ର ଉଚ୍ଚ ଅଧିକାରୀ ମାନଙ୍କ ସମେତ ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ.