ଖୋର୍ଦ୍ଧା (ରିପୋର୍ଟର – ସଂଗ୍ରାମ ରଣା): ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି । ଜୀବନର ଗୁରୁତ୍ବପୂର୍ଣ୍ଣ ସୋପାନରେ ବିଶେଷ ସଫଳତା ପାଇଁ ଆତ୍ମହରା କୃତୀ ପରୀକ୍ଷାର୍ଥୀ । ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଏଥର ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୨ ହଜାର ୪୧୭ ପିଲା । ସେ ଭିତରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିରିବାଡି ଗ୍ରାମରେ ଥିବା ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ସ୍କୁଲ୍ ର ଛାତ୍ରୀ ଅନନ୍ୟା ନରେନ୍ଦ୍ର ସିଂହ ବର୍ମା ମାଟ୍ରିକ ପରୀକ୍ଷାରେ ୫୪୧ନମ୍ବର ରଖି ଚିଲିକା ବ୍ଲକରେ ଟପ୍ପର ହୋଇ ଗୌରବ ହାସଲ କରିଛନ୍ତି |
ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ ର ଛାତ୍ରଛାତ୍ରୀ ପ୍ରତ୍ୟେକ ବର୍ଷ ଚିଲିକା ବ୍ଲକରେ ଟପ୍ପର ତାଲିକାରେ ଯୋଡ଼ି ହେଉଛନ୍ତି | ଛାତ୍ରୀଙ୍କ ସଫଳତା ନେଇ ସ୍କୁଲର ପ୍ରଧାନ ଶିକ୍ଷକ ସହ ଶିକ୍ଷକ ଏବଂ ଗୁରୁଜନ ମାନେ ଅନନ୍ୟାଙ୍କୁ ଶୁଭେଛା ବାର୍ତ୍ତା ଜଣାଇଛନ୍ତି | ଅନନ୍ୟା ଜଣେ ମେଧାବୀ ଛାତ୍ରୀ ଥିଲେ | ଅନନ୍ୟା ବିରିବାଡି ଗ୍ରାମର ରୁଦ୍ରପ୍ରତାପ ନରେନ୍ଦ୍ର ସିଂହ ବର୍ମା ଏବଂ ଚନ୍ଦ୍ରକାନ୍ତି ନରେନ୍ଦ୍ରସିଂହ ବର୍ମାଙ୍କ କନ୍ୟା ଅଟନ୍ତି | ଏଭଳି ସଫଳତାକୁ ଦେଖି ସ୍କୁଲ୍ ପରିସରରେ ଏବଂ ବିରିବାଡି ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି |